କୋହଲି-ବିସିସିଆଇ ବିବାଦ : ଗାଙ୍ଗୁଲି କହିଲେ,‘ଏହି କଥାକୁ ଏଇଠି ବନ୍ଦ କରାଯାଉ, ମୋର ଆଉ କିଛି କହିବାର ନାହିଁ’

Published By : Prameya-News7 Bureau | December 17, 2021 IST

ନୂଆଦିଲ୍ଲୀ ୧୭/୧୨ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପଡିବାକୁ ଯାଉଛି ପୂର୍ଣ୍ଣଛେଦ । କାରଣ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କ ହଟାଯିବା ପରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ । ଏବେ ଏହାକୁ ଦି ଏଣ୍ଡ କରିଛନ୍ତି ଗାଙ୍ଗୁଲି ।  

ସୌରଭ ଗାଙ୍ଗୁଲି କହିଛନ୍ତି, ‘ଏହି ମାମଲାକୁ ଆଉ ଆଗକୁ ବଢାଇବାକୁ କେହି ନଚାହାଁନ୍ତୁ । ଏ ନେଇ ମୋର କୌଣସି କହିବାର ନାହିଁ । ଏହା ମାମଲା ସମ୍ପୂର୍ଣ୍ଣ ଭାବେ ବିସିସିଆଇର । ଘଟଣାକୁ ବିସିସିଆଇ ଗୁରୁତର ସହ ନେଇ ଡିଲ୍‌ କରୁଛି । ତେଣୁ ଏଥିରେ ଆଉ କିଛି କହିବା କିମ୍ବା ଗୁଜବ ସୃଷ୍ଟି କରାନଯାଉ ।’

ସୂଚନାଯୋଗ୍ୟ, ଦିନିକିଆ ଅଧିନାୟକ ପଦରୁ ବିରାଟ କୋହଲିଙ୍କୁ ହଟାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଯାହାକି ପରେ ଆହୁରି ତୀବ୍ର ହୋଇଥିଲା । ଗାଙ୍ଗୁଲି ଏବଂ କୋହଲି ପରସ୍ପରକୁ ପ୍ରତ୍ୟାରୋପ କରିବାକୁ ପଛାଇନଥିଲେ । ଏମିତି ପ୍ରେମ କନଫରେନ୍ସ କରି ଗାଙ୍ଗୁଲି ମିଛ କହୁଥିବା କହିଥିଲେ କୋହଲି । ଏବେ ମୁହଁ ଖୋଲିଛନ୍ତି ଦାଦା । କହିଛନ୍ତି ବର୍ତ୍ତମାନ ଏହି ଘଟଣାକୁ ଶେଷ କରାଯାଉ । ବିସିସିଆଇ କମିଟି ଏହାକୁ ବିଚାର କରୁଛି ।

୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ଭାରତୀୟ ଟେଷ୍ଟ ଅଧିନାୟକ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ତାଙ୍କୁ କେବେବି ଟି-୨୦ ଅଧିନାୟକ ଛାଡିବାକୁ ବାଧ୍ୟ କରାଯାଇନି । ତାଙ୍କ ବିବୃତ୍ତି ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଗଣମାଧ୍ୟମରେ ଦେଇଥିବା ବିବୃତ୍ତିର ସଂପୂର୍ଣ୍ଣ ବିପରୀତ ଥିଲା । ଗାଙ୍ଗୁଲି କହିଥିଲେ ଅତୀତରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ ବୁଧବାର ଦିନ ଯାହା ଘଟିଛି ସେଥିରେ ବିସିସିଆଇ ଖୁସି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.