ଏସିଆ କପ୍ ୨୦୨୩ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କଲେ ଗାଙ୍ଗୁଲି, ଏହି ଖେଳାଳିଙ୍କୁ ରଖିଲେ ବାହାରେ

Published By : Prameya-News7 Bureau | August 28, 2023 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ଅଧ୍ୟକ୍ଷ ଦାୟିତ୍ଵ ତୁଲାଇ ସାରିଥିବା ସୌରଭ ଗାଙ୍ଗୁଲି ଏସିଆ କପ୍ ୨୦୨୩ ପାଇଁ ନିଜ ପସନ୍ଦର ଚୂଡାନ୍ତ ଏକାଦଶ ଚୟନ କରିଛନ୍ତି। ଗାଙ୍ଗୁଲି ନିଜ ଦଳରେ ୫ ବ୍ୟାଟର, ୨ ଅଲରାଉଣ୍ଡର, ୨ ସ୍ପିନର ଏବଂ ୨ ଜଣ ଦ୍ରୁତ ବୋଲରଙ୍କୁ ସ୍ଥାନ ଦେଇଛନ୍ତି। ଏସିଆ କପ୍ ୨୦୨୩ରେ ଭାରତ ସେପ୍ଟେମ୍ବର ୨ ତାରିଖରେ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ୧୭ ଜଣିଆ ଦଳ ଘୋଷଣା କରିଛି। ରିଜର୍ଭ ଖେଳାଳି ଭାବେ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିଛି।

wp:heading {"level":4}

Also read- ଏସିଆ କପ୍ ୨୦୨୩: ଭାରତ ଓ ପାକିସ୍ତାନ ସମେତ ସମସ୍ତ ୬ଟି ଦଳର ଖେଳାଳି ତାଲିକା ଘୋଷିତ, ଦେଖନ୍ତୁ ପୂରା ତାଲିକା

/wp:heading

ଗାଙ୍ଗୁଲି ଏହି ୧୭ ଜଣ ଖେଳାଳିଙ୍କ ମଧ୍ୟରୁ ନିଜ ପସନ୍ଦର ଚୂଡାନ୍ତ ଏକାଦଶ ଚୟନ କରିଛନ୍ତି। ସେ ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ ଚୂଡାନ୍ତ ଏକାଦଶ ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି ମୋ ଦଳରେ ଶ୍ରେୟସ ଆୟର ଓ କେଏଲ ରାହୁଲ ଉଭୟଙ୍କୁ ରଖିବେ। ଦୁଇ ଦ୍ରୁତ ବୋଲର ହିସାବରେ ସେ ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କ ଉପରେ ଭରସା ପ୍ରକଟ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲର ଅଲରାଉଣ୍ଡର ଭାବେ ଦଳରେ ରହିଛନ୍ତି। ଏହ ପରି ତିନି ଦ୍ରୁତ ବୋଲରଙ୍କ ବିକଳ୍ପ ଭାରତ ନିକଟରେ ରହିଛି।

{"id":837112,"sizeSlug":"full","linkDestination":"none"}
livehindustan.com

ଗାଙ୍ଗୁଲିଙ୍କ ଦଳରେ ଓପନର ଭାବେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ରହିଥିବା ବେଳେ ୩ୟ କ୍ରମରେ ବିରାଟ କୋହଲି ରହିଛନ୍ତି। ଅନ୍ୟପଟେ ମଧ୍ୟକ୍ରମରେ ଶ୍ରେୟସ ଆୟର, କେଏଲ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଚୟନ କରାଯାଇଥିବା ବେଳେ ଫିନିସର ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ରଖାଯାଇଛି। ସ୍ପିନ ଅଲରାଉଣ୍ଡର ହିସାବରେ ଅକ୍ଷର ପଟେଲ୍ ଅଷ୍ଟମ ଓ କୁଲଦୀପ ଯାଦବ ନବମ କ୍ରମରେ ଅଛନ୍ତି। ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାଙ୍କୁ ଯଥାକ୍ରମେ ୧୦ମ ଓ ୧୧ଶ ସ୍ଥାନରେ ରଖା ଯାଇଛି।

ଏହି ଖେଳାଳି ବାହାର

ଗାଙ୍ଗୁଲିଙ୍କ ଚୂଡ଼ାନ୍ତ ଏକାଦଶରେ ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଇଶାନ କିଷନ, ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କୃଷ୍ଣ ଓ ମହମ୍ମଦ ସିରାଜଙ୍କୁ ବାହାରେ ରଖାଯାଇଛି।

ଏସିଆ କପ୍ ପାଇଁ ଗାଙ୍ଗୁଲିଙ୍କ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.