ବ୍ୟାଣ୍ଡ ବାଜା ସହ ଜେଲରେ ବିବାହ କରିବେ ଏହି ଗ୍ୟାଙ୍ଗଷ୍ଟାର, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | October 24, 2019 IST

ପଞ୍ଜାବ ଓ ହରିୟାଣାରେ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଜାରି କରିଛି। ଏଭଳି ନିୟମ ସମ୍ପର୍କରେ ଆଗରୁ କେହି କେବେ ଶୁଣିନଥିବେ। ଜେଲରେ ବ୍ୟାପକ ସୁରକ୍ଷା ମଧ୍ୟରେ ଥିବା ଗ୍ୟାଙ୍ଗଷ୍ଟାରଙ୍କ ବିବାହ ଜେଲ ଭିତରେ ଥିବା ଗୁରୁଦ୍ବାରା ସାହିବରେ କରିବାକୁ ଆଦେଶ ଦିଆଯାଇଛି। ଏଥିପାଇଁ ଜେଲ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।

ମନଦୀପ ସିଂହ ନାମକ ଗ୍ୟାଙ୍ଗଷ୍ଟାର ଡବଲ ମର୍ଡର କେସରେ ଜେଲରେ ଆଜୀବନ କାରାଦଣ୍ଡ କାଟୁଛି। ସେ ଏବେ ବିବାହ କରିବାକୁ ଯାଉଛି । ବିବାହ ପାଇଁ ହାଇକୋର୍ଟରେ ଗୋଟେ ମାସର ଛୁଟି ଆବେଦନ କରାଯାଇଥିଲା। ମନଦୀପ ଗତ ୧୦ ବର୍ଷ ହେଲା ଜେଲରେ ଦଣ୍ଡ କାଟୁଛି। ଅଦାଲତ ଛୁଟି ପାଇଁ ମଞ୍ଜୁରୀ ଦେଇନଥିଲେ ସତ ହେଲେ ଜେଲ ଭିତରେ ବିବାହ କରିବା ପାଇଁ ଆଦେଶ ଦେଇଛନ୍ତି। ବିବାହ ପାଇଁ ୨୦୧୬ ମସିହାରେ ମଧ୍ୟ ଛୁଟି ମାଗିଥିଲେ ଗ୍ୟାଙ୍ଗଷ୍ଟାର ମନଦୀପ। ପୋଲିସର ନକାରାତ୍ମକ ରିପୋର୍ଟ ପାଇଁ ମନଦୀପକୁ ପାରୋଲ ଦିଆଯାଇନଥିଲା। କିନ୍ତୁ ଏଥର ମନଦୀପ ଛୁଟି ମାଗିଥିବାରୁ ଏହି ଆଦେଶ ଦିଆଯାଇଥିଲା।

ଜେଲ ପ୍ରଶାସନ ତରଫରୁ ଜେଲ ଭିତରେ ବିବାହ ଲାଗି ସବୁ ପ୍ରକାରର ସୁବିଧା ଯୋଗାଇଦିଆଯିବ ବୋଲି କୁହାଯାଇଛି। ମନଦୀପଙ୍କ ପରିବାର ସଦସ୍ୟଙ୍କ ଅନୁସାରେ ବିବାହ ଏକ ଶୁଭ ଲଗ୍ନ ଦେଖି କରାଯାଏ। ଏଥିପାଇଁ ବିବାହ ଏକ ଶୁଭ ଦିନରେ ହେଉ ବୋଲି ଘର ଲୋକେ ହାଇକୋର୍ଟରେ ଅପିଲ କରିଥିଲେ। ତେବେ ଜେଲ ଭିତରେ ତାହା ସମ୍ଭବ ନୁହେଁ ।

ଏଥିପାଇଁ ଜେଲ ବାହାରେ ବିବାହ କରାଯିବା ପାଇଁ ଅନୁମତି ଦିଆଯାଉ ବୋଲି ଘର ଲୋକ କହିଛନ୍ତି। ଏହା ସହ ସୁରକ୍ଷା ଓ ସବୁ ଖର୍ଚ୍ଚ ଘର ଲୋକେ ବହନ କରିବେ ବୋଲି ଅପିଲ କରିଛନ୍ତି। ତେବେ ଜେଲର ଗୁରୁଦ୍ବାରା ସାହିବ ଭଳି ପବିତ୍ର ସ୍ଥାନରେ ବିବାହ କରିବା ପାଇଁ ଘର ଲୋକଙ୍କୁ ଜେଲ କର୍ତ୍ତୃପକ୍ଷ ବୁଝାଇଲେ। ଯେଉଁଥିପାଇଁ ହାଇକୋର୍ଟ ମଧ୍ୟ ଅନୁମତି ଦେଇଛନ୍ତି। ତେବେ ବିବାହ କେବେ ଓ କେଉଁ ଦିନ ହେବ ତାହା ଏଯାଏଁ ଫିକ୍ସ ହୋଇନାହିଁ।  

ହାଇକୋର୍ଟର ଏହି ନିଷ୍ପତ୍ତିକୁ ଜେଲ ସଂସ୍କାର କାର୍ଯ୍ୟକ୍ରମ ଅନ୍ତର୍ଗତ ବୋଲି କୁହାଯାଉଛି । ସମାଜ ସେବୀ ମଧ୍ୟ ଏହି ନିଷ୍ପତ୍ତିର ସ୍ବାଗତ କରି କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧି ହୁଏ ତାହେଲେ ସେମାନଙ୍କ ଭିତରେ ସୁଧରିବାର ଇଚ୍ଛାଶକ୍ତି ବଢିପାରେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.