ଜେଲ୍ ଭିତରେ ବାଦ୍‌ଶାହା ଠାଣି, ଅୟସ ଆରାମ ଜୀବନ : ବଲାଙ୍ଗୀର ଜେଲ୍‌ରେ ସୁଶାନ୍ତ ଧଳସାମନ୍ତ ରହୁଛନ୍ତି ଏମିତି, ଫଟୋ ଭାଇରାଲ୍…

Published By : Prameya-News7 Bureau | December 14, 2020 IST

ବଲାଙ୍ଗୀର ୧୪।୧୨: ଜେଲ୍ ଭିତରେ ରହନ୍ତୁ କି ବାହାରେ କିଛି ଫରକ ନାହିଁ । ନିଜ ଷ୍ଟାଇଲରେ ବେଶ୍ ଆରାମରେ ବି ଜୀବନ କାଟୁଛନ୍ତି କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ସୁଶାନ୍ତ ଧଳସାମନ୍ତ । ଜେଲ୍ ଭିତରର ଏକ ଫଟୋ ଭାଇରାଲ୍ ହେବା ପରେ ଏହାର ଖୁଲାସା ହୋଇଛି । ତେବେ କିଏ ତାଙ୍କୁ ଏଭଳି ସାମଗ୍ରୀ ଯୋଗାଉଛି? କିଭଳି ଭାବରେ ଜେଲ୍ ଭିତରକୁ ଯାଉଛି ସାମଗ୍ରୀ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ । ସେପଟେ ଏହା ମିଥ୍ୟା ଓ ଏ ଫଟୋ ଆଜିର ନୁହଁ କିମ୍ବା ନୂତନ ଭାବରେ ଦାୟିତ୍ବ ନେବାରେ ସୁପରିଟେଣ୍ଡେଣ୍ଟଙ୍କ କିମ୍ବା ଜେଲରଙ୍କ ସମୟରେ ଏଭଳି କିଛି ହେଉନାହିଁ ବୋଲି ଉତ୍ତର ରଖିଛନ୍ତି ଖୋଦ୍ ଜେଲ ସୁପରିଟେଣ୍ଡେଣ୍ଟ ।

ଭାଇରାଲ୍ ଫଟୋ ଜେଲ୍ ହାଜତ ଭିତରର । ଜଣେ ବ୍ୟକ୍ତି ଶୋଇଛନ୍ତି ଗୋଟିଏ ମସାରୀ ଟାଣି । ତା ସାଙ୍ଗକୁ ଉପରେ ଗୋଟିଏ ଓ ତଳେ ଦୁଇ ଦୁଇଟି ଷ୍ଟାଣ୍ଡ ଫ୍ୟାନ୍ ଲାଗିଛି । ଦାମୀ ପାଣି ବୋତଲ, ଖାତା-ବହି ସହ ଅନ୍ୟାନ୍ୟ ସାମଗ୍ରୀ ସବୁକିଛି ରହିଛି ତାଙ୍କ ପାଖରେ । ଆଉ ଗୋଟିଏ ଫଟୋ ଦେଖିହାକୁ ମିଳିଛି ଗୋଟିଏ କୋଣରେ କପଡା ରଖାଯାଇଥିବା ବେଳେ ତଳେ ରହିଛି ରୋସେଇର ସମସ୍ତ ସାମଗ୍ରୀ । ତେଳ, ଲୁଣଠାରୁ ଅଣ୍ଡା, ଟମାଟୋ, ପିଆଜ, ରସୁଣ ଭଳି ସାମଗ୍ରୀ । ଖାଲି ସେତିକି ନୁହେଁ ପାଖରେ ଜୋତା ଚପଲ ଡବା ସହ ରହିଛି ବ୍ୟାୟାମ ପାଇଁ ସାମଗ୍ରୀ । ବଲାଙ୍ଗୀର ଜିଲ୍ଲା କାରଗାରରର ଏଭଳି ଫଟୋ ଭାଇରାଲ୍ ହୋଇଛି । ଫଟୋରେ ତଳେ ଶୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଡି ବ୍ରଦର୍ସ ସୁଶାନ୍ତ ଧଳସାମନ୍ତ ।

ଯେବେଠୁ ସୁଶାନ୍ତ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର ହେଲାଣି ତାଙ୍କର ଦବଦବା ଏଠାରେ ରଖିବା ସହ ଜେଲ୍ ଭିତରେ ନିଜ ଏକ ସ୍ବତନ୍ତ୍ର ଟିମ୍ ଗଢିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଭେଲ୍ ଭିତରେ ଥାଇ ବାହାରେ ରାଜୁତି କରୁଥିବା ବେଶ୍ ଚର୍ଚ୍ଚା ହୋଇଛି ଓ ଏଭଳି ଫଟୋ ଭାଇରାଲ ହେବା ପରେ ଗୋଟିଏ ପ୍ରକାର ସ୍ପଷ୍ଟ କରିଛି ସେସବୁକୁ ।

ଜେଲ୍ ଭିତରେ ଥାଇ ଘର ଭଳି ସମସ୍ତ ପ୍ରକାର ସୁବିଧା ସୁଶାନ୍ତ ଧଳସାମନ୍ତ ପାଉଥିବା ନେଇ ଭାଇରାଲ୍ ହୋଇଥିବା ଫଟୋରୁ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି ।  ଖାଲି ସେତିକିରେ ସରିନି କଥା । ସୁଶାନ୍ତ ଦୁଇଟି ସେଲ୍ ଜଷଳ ଭିତରେ ରଖିଥିବା ଦୁଇ ଫଟୋରୁ ଜଣାପଡିଛି ।  ତା ସହ ଜେଲ୍ ଭିତରେ କିଛି ଷ୍ଟାଫ ଓ ଜେଲ ଅଧିକାରୀ ସୁଶାନ୍ତ ଧଳସାମନ୍ତଙ୍କ ହୁକୁମରେ ପରିଚାଳିତ ହୋଇଥିବା ଜଣାପଡୁଛି । ତେବେ ଏଭଳି ଜଣେ କଏଦୀକୁ ଯେ ସାରା ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିବାବେଳେ ଗୋଟିଏ ଜେଲ୍ ଭିତରେ ରହି ଅପରାଧିକ କାର୍ଯ୍ୟକଳାପ କରୁଥିବା ବେଳେ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତରିତ ହେଲା ପରେ ମଧ୍ୟ ସେହିପରି ଜେଲ ଭିତରୁ ବିଭିନ୍ନ ଅପରାଧକୁ ପରିଚାଳନା କରୁଥିବା ଏ ଫଟୋରୁ ସ୍ପଷ୍ଟ ଜଣାପଡୁଛି । ତେବେ ଏଠି ପ୍ରଶ୍ନ ଉଠୁଛି ଜେଲ୍ ଭିତରକୁ ଏଭଳି ସାମଗ୍ରୀ କଲା କିପରି ? କିଏ ଜେଲ୍ ଭିତରକୁ ଏଭଳି ସାମଗ୍ରୀ ନେବାକୁ ଅନୁମତି ଦେଲେ ? ଗୋଟିଏ କୁଖ୍ୟାତ କଏଦି କୁ ସ୍ବତନ୍ତ୍ର ସେଲ ରେ ରଖାଯାଇଥିବା ବେଳେ ଆଉ ଏକ ସେଲ ସେ ବ୍ୟବହାର କଲେ କିପରି ? କଣ ସତରେ ସୁଶାନ୍ତ ଧଳସାମନ୍ତ ହୁକୁମରେ ଚାଲିଛି ବଲାଙ୍ଗୀର ଜେଲ ? ନା ଜେଲ ଅଧିକାରୀଙ୍କଠାରୁ ଜେଲ୍ କର୍ମକର୍ତ୍ତାଙ୍କ ରହିଛି ସାମନ୍ତଙ୍କ ସହ ସଲାସୁତୁରା ?

ତେବେ ଏଭଳି ଅନେକ ପ୍ରଶ୍ନ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେପଟେ ବଲାଙ୍ଗୀର ଜେଲ ଭିତରେ କୌଣସି ପ୍ରକାର ସାମଗ୍ରୀ ନାହିଁ ? ଏହା ମିଥ୍ୟ । ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ବଦନାମ କରିବା ପାଇଁ କେହି ଜଣେ ଏଭଳି କରୁଛି । ଜେଲର ଓ ସୁପରିଟେଣ୍ଡେଣ୍ଟ ଉଭୟେ ପ୍ରତିଦିନ ସମସ୍ତ କାମ ବାହାରେ ଜେଲ ଭିତରେ ସେଲ୍ ଗୁଡିକୁ ନଜର ରଖୁଛନ୍ତି ବୋଲି କହିଛନ୍ତି ସୁପରିଟେଣ୍ଡେଣ୍ଟ । ତେବେ ଯଦି କେହି ସୁପରିଟେଣ୍ଡଣ୍ଟଙ୍କୁ ବଦନାମ କରିବା ପାଇଁ ଏଭଳି କରୁଛନ୍ତି ତା ହେଲେ ଜେଲ୍ ଭିତରେ ଷ୍ଟାଫ୍ ଓ ଅଧିକାରୀଙ୍କ ମଧ୍ୟରେ କିଛିଟା ଫାଟ ଥିବା ବେସ୍ ଭଲ ଭାବରେ ଜଣାପଡୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.