Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋର୍ଟ ଭିତରେ ମୁଖତାର ଅନସାରୀର ଘନିଷ୍ଠକୁ ଗୁଳି କରି ହତ୍ୟା, ଓକିଲ ବେଶରେ ଆସିଥିଲେ ଦୁର୍ବୁତ୍ତ

7/06/2023 at 4:50 PM

ଲକ୍ଷ୍ନୌ, ୦୭/୦୬: ମୁଖ୍‌ତାର ଅନସାରୀ ଘନିଷ୍ଠ ସହଯୋଗୀ ସଞ୍ଜୀବ ମାହେଶ୍ବରୀ ଓରଫ୍ ଜୀଭାକୁ ଗୁଳିମାଡ଼। ଲକ୍ଷ୍ନୌ କୋର୍ଟ ଭିତରେ ସଞ୍ଜୀବକୁ ଗୁଳିମାରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡ ବଜୀରଗଞ୍ଜ ଥାନାର କଚହରୀରେ ହୋଇଛି। ସଞ୍ଜୀବ ହେଉଛି ମୁଖ୍‌ତାର ଅନସାରୀର ଘନିଷ୍ଠ ସହଯୋଗୀ ଏବଂ ବ୍ରହ୍ମଦତ୍ତ ତିଓ୍ବାରୀ ହତ୍ୟା ମାମଲାର ଅଭିଯୁକ୍ତ।

ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାକାରୀ ଓକିଲର ବେଶରେ ଆସିଥିଲେ। ସେମାନେ ସଞ୍ଜୀବ ଜିଭାକୁ ଗୁଳିମାରି ସେଠାରୁ ଫେରାର ହେବାକୁ ଉଦ୍ୟମ ବେଳେ ଓକିଲମାନେ ଅଭିଯୁକ୍ତଙ୍କୁ ଧରି ପୋଲିସରେ ଜିମା ଦେଇଛନ୍ତି। ଅଭିଯୁକ୍ତର ନାମ ବିଜୟ ଯାଦବ। ତେବେ​‌ ପୋଲିସ୍‌ ଅଧିକ ତଦନ୍ତ ଜାରି ରଖିଛି। ଏହି ଗୁଳିମାଡ଼ରେ ଜଣେ ନାବାଳିକା ଦେହରେ ମଧ୍ୟ ଗୁଳି ବାଜିଛି। ଜିଭାକୁ ଲକ୍ଷ୍ନୌ କୋର୍ଟ ଏକ ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ପାଇଁ ଅଣାଯାଇଥିଲା। ଜଣେ ପୋଲିସ କନଷ୍ଟେବଲ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ମୁଖ୍‌ତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ; ୩୨ ବର୍ଷ ପୁରୁଣା ହତ୍ୟା ମାମଲାରେ ବାରଣାସୀ କୋର୍ଟ ଶୁଣାଇଲେ ଦଣ୍ଡାଦେଶ

ସୂଚନାଥାଉକି, ସଞ୍ଜୀବ ନିଜେ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର। ଏକ ଅପରାଧିକ ମାମଲାର ଶୁଣାଣି ପାଇଁ ତାକୁ କୋର୍ଟ ଅଣାଯାଇଥିଲା। ଏକାଧିକ ଅପରାଧିକ ମାମଲାରେ ସଞ୍ଜୀବକୁ ଗିରଫ କରାଯାଇଥିଲା। ସେପଟେ ସଞ୍ଚୀବର ପତ୍ନୀ ପାୟଲ ମାହେଶ୍ବରୀ ହତ୍ୟା ଷଡ଼ଯନ୍ତ୍ର ନେଇ ପୂର୍ବରୁ କହିଥିଲେ। ଏହା ସହ ସେ କୋର୍ଟରେ ସଞ୍ଜୀବର ସୁରକ୍ଷା ପାଇଁ ଅପିଲ୍‌ କରିଥିଲେ। ଏହାପରେ ବି କୋର୍ଟରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତାଙ୍କୁ ଗଳିମାରି ହତ୍ୟା କରାଯାଇଛି।

   Related Posts