suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଅପରାଧୀ ଓ ଗ୍ୟାଙ୍ଗ ଷ୍ଟାର ସକିଲ ଅହମ୍ମଦ, ବ୍ୟବସାୟୀଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ମାମଲାରେ ଥିଲା ଜଡିତ

6/06/2019 at 7:08 PM

କଟକ୬|୬: ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗ ଷ୍ଟାର ସକିଲ ଅହମ୍ମଦ । ସକିଲ ନାମରେ କଟକ ସହରର ବିଭିନ୍ନ ଥାନାରେ ରହିଛି  ବହୁ ସଙ୍ଗୀନ ମାମଲା। ନିକଟରେ ୨୦ଦିନ ହେବ ଜେଲରୁ ମୁକୁଳି ପୁଣି ଦବ ଦବା ଆରମ୍ଭ କରିଥିଲା ସକିଲ ।

ଗତ ୨୩ ତାରିଖ କଟକ ନେତାଜୀ ନଗରର ଜଣେ ଯୁବକଙ୍କୁ ଅପହରଣ କରି ଦାଦବଟି ପାଇଁ ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲା ସକିଲ ଆଣ୍ଡ କୋ । ସେହି ଘଟଣାରେ ସଦର ଥାନା ପୋଲିସ ଭୋରରୁ ଏକ ଅଞ୍ଗାତ ସ୍ଥାନରୁ ସକିଲ ଓ ତାର ୫ ସହଯୋଗୀଙ୍କୁ ଉଠାଇ ନେଇ ଜେରା କରୁଥିବା ଜଣା ପଡିଛି ।

କଟକ ସହରରେ ଦବ ଦବା କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗ ଷ୍ଟାର ସକିଲ ଆଣ୍ଡ କୋ କୁ ଉଠାଇ ନେଇଛି କଟକ ସଦର ଥାନା ପୋଲିସ । ସକିଲ ଓ ତାର ସହଯୋଗୀମାନେ ଏକ ଅଞ୍ଗାତ ସ୍ଥାନରେ ରହି ଅପରାଧ ଜୋଜନା କରୁଥିବା ବେଳେ ଆଗରୁ ଛପି ରହିଥିବା ସଦର ଥାନା ଟିମ ଉଠାଇ ନେଇଥିଲା । ଗତ ୨୩ତାରିଖରେ ସକିଲ ଓ ତାର ସହଯୋଗୀମାନେ ନେତାଜୀ ନଗରର ଜଣେ ଯୁବକଙ୍କୁ ଅପହରଣ କରି ଦାଦବଟି ପାଇଁ କରିଥିଲେ ହତ୍ୟା ଉଦ୍ୟମ ।

ସେହି ଘଟଣା ପରେ ସକିଲ ଫେରାର ହୋଇଯାଇଥିବା ବେଳେ ଏବେ ପୋଲିସ ହାତରେ ଲାଗିଛନ୍ତି ସକିଲ ଓ ତାର ୫ ସହଯୋଗୀ । ସକିଲ ନାଁରେ ସହରରେ ରହିଛି ବହୁ ସଙ୍ଗୀନ ମାମଲା । ମାଲଗୋଦାମର ଜଣା ଶୁଣା ଡାଲି ବ୍ୟବସାୟୀ ଫାରୁକ ହତ୍ୟା କାଣ୍ଡ,ସହରରେ ଦାଦବଟି ପାଇଁ ସିରିଜ ବୋମା ମାଡ,ବ୍ୟବସାୟୀଙ୍କୁ ଅପହରଣ ସହ ଗୁଳି ଚଳାଇ ଲୁଟ କରିବା ଭଳି ମାମଲା ରହିଛି ସକିଲ ନାଁ ରେ ।

ସକିଲ ଓ ତା ସହଯୋଗୀଙ୍କୁ ସଦର ଥାନା ପୋଲିସ ଏକ ଅଞ୍ଗାତ ସ୍ଥାନରେ ରଖି ମାରାଥନ ଜେରା କରିବା ସହ ସକିଲ ତଥ୍ୟ ଆଧାରରେ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଛାପା ମାରୁଥିବା ବିଶ୍ବସ୍ଥ ସୂତ୍ରରୁ ଖବର ମିଳିଛି…

   Related Posts