ଗ୍ୟାଙ୍ଗ ୱାର୍‌ରେ ଟଳିପଡ଼ିଲା ଗ୍ୟାଙ୍ଗଷ୍ଟର ରାଜୁ ଥେଟ; ଘର ପାଖରେ ଗୁଳି କରି ହତ୍ୟା କଲେ

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ଗ୍ୟାଙ୍ଗୱାର୍‌ରେ ଟଳିପଡ଼ିଲା ଗ୍ୟାଙ୍ଗଷ୍ଟର ରାଜୁ ଥେଟ୍। ଶନିବାର ରାଜସ୍ଥାନର ଉଦ୍ୟୋଗନଗର ଅଞ୍ଚଳର ଶିକର ଠାରେ  ତାଙ୍କ ଘର ପାଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ରାଜୁର ଥେଟ୍‌ଙ୍କର ଆନନ୍ଦପାଲ ଗ୍ୟାଙ୍ଗ ସହ ଶତ୍ରୁତା ଲାଗି ରହିଥିଲା।

ପୁଲିସର ସୂଚନା ଅନୁସାରେ, ଆନନ୍ଦପାଲ ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସହ ମିଶି କାମ କରୁଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କୁଖ୍ୟାତ ଅପରାଧି ରୋହିତ ଗୋଦରା ଏହି ହତ୍ୟାକାଣ୍ଡର ଦାୟୀ ରହିଛି। ଏନେଇ ସେ କହିଛି ଯେ ଆନନ୍ଦପାଲ ଓ ବଲବୀରଙ୍କ ହତ୍ୟାର ପ୍ରତିଶୋଧ ସେ ନେଇଛି ବୋଲି ରୋହିତ କହିଛି।    

ରାଜୁଙ୍କୁ ଗୁଳି କରି ହତ୍ୟା କରିବା ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଅପରାଧିମାନେ ରାଜୁଙ୍କ ଉପରେ ଖୁଲମଖୁଲା ଗୁଳି ଚଳାଉଛନ୍ତି। ୪ ଗଣ ଅପରାଧି ତାଙ୍କୁ ଗୁଳି ମାରୁଥିବା ଭିଡିଓରେ ଭାଇରାଲ୍ ହେଉଛି।

Delhi Police got big success with Kala Jathedi Anuradha Chaudhary  girlfriend of gangster Anandpal arrested | काला जठेड़ी के साथ दिल्ली पुलिस  के हाथ लगी एक और बड़ी कामयाबी, कुख्यात गैंगस्टर ...
ଅନୁରାଧା ଗ୍ୟାଙ୍ଗଷ୍ଟର

ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ର ସୂଚନା ଅନୁସାରେ, ରାଜୁ ଥେଟ୍‌ଙ୍କୁ ହତ୍ୟା କରିବାକୁ ଅପରାଧିମାନେ ୧୦ ବର୍ଷ ତଳୁ ଯୋଜନା ଚଳାଇ ଆସୁଥିଲେ। ହେଲେ ସୁଯୋଗ ମିଳୁ ନଥିଲା। କାରଣ ଦିନେ ରାଜୁ ଜେଲ୍‌ରେ ଆନନ୍ଦପାଲକୁ ଆକ୍ରମଣ କରିଥିଲା। ଏଥିରେ ଆନନ୍ଦତ ବଞ୍ଚିଯାଇଥିଲେ ବି ଜଣଙ୍କର ମୃତ୍ୟୁ ହୋଇଥିଲା।

ପରେ ଆନନ୍ଦର ମୃତ୍ୟୁ ପରେ ତା ଗାର୍ଲଫ୍ରେଣ୍ଡ ଅନୁରାଧା ଲରେନ୍ସ ବିଷ୍ଣୋଇ ଓ କାଲା ଜଥେଡ଼ି ଗ୍ୟାଙ୍ଗରେ ସାମିଲ୍ ହୋଇଥିଲା। ତେଣୁ ବିଷ୍ଣୋଇ ଓ କାଲା ଜଥେଡ଼ି ଗ୍ୟାଙ୍ଗ ମିଶି ରାଜୁକୁ ହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ତେବେ ସୂଚନା ଥାଉକି ନିକଟରେ ଏନ୍ଆଇଏ ଅନୁରାଧାକୁ ଗିରଫ କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.