କାନାଡାରେ ପଞ୍ଜାବୀ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟରକୁ ହତ୍ୟା, ଡିଜେ ବନ୍ଦ କରାଇ ଗୁଳି କଲେ ଦୁର୍ବୃତ୍ତ
29/05/2023 at 10:33 PM

ନୂଆଦିଲ୍ଲୀ: କାନାଡାର ଭାକ୍ୟୁମଭରରେ ପଞ୍ଜାବୀ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟର ୨୮ ବର୍ଷୀୟ ଅମରପ୍ରୀତକୁ ଦିନ ଦ୍ଵିପହରେ ଗୁଳି କରି ହତ୍ୟା। ବାହାଘର ସମାରୋହରେ ସମସ୍ତଙ୍କ ସାମ୍ନାରେ ଘଟିଛି ଏମିତି ଅଘଟଣ। କାନାଡା ପୋଲିସର ସବୁଠୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକାରେ ଅମରପ୍ରୀତର ନାମ ଥିଲା। ଗ୍ୟାଙ୍ଗଓ୍ଵର କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ମାମଲାର ଯାଞ୍ଚ କରୁଛି।

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଅମରପ୍ରୀତ ସାମରା ଓରଫ ଚକ୍କି ସାମରା ଫ୍ରେଜରଭ୍ୟୁ ବାଙ୍କ୍ୟୁଏଟ୍ ହଲରେ ସ୍ଥିତ ଡ୍ୟାନ୍ସ ଫ୍ଲୋରରେ ଥିଲା। ଗ୍ୟାଙ୍ଗଷ୍ଟର ଭାଇ ରବୀନ୍ଦ୍ରକୁ ମଧ୍ୟ ନିଜ ସହ ନେଇ ଆସିଥିଲା। ଉଭୟ ୟୁଏନ ଗ୍ୟାଙ୍ଗ ସହ ଜଡ଼ିତ ଥିଲେ। ବିବାହରେ ଉପସ୍ଥିତ ଅତିଥିମାନେ କହିଛନ୍ତି, କିଛି ଅଜଣା ଲୋକ ଆସିଲେ ଏବଂ ଡିଜେକୁ ବନ୍ଦ କରିବାକୁ କହିଲେ। ସେହି ସମୟରେ ବିବାହ ସମାରୋହରେ ପ୍ରାୟ ୬୦ ଜଣ ଥିଲେ।
ଏ ଖବର ପଢନ୍ତୁ- କାନାଡାର ୨୫ ମୋଷ୍ଟ ଓ୍ବାଣ୍ଟେଡଙ୍କ ଲିଷ୍ଟରେ ଗୋଲ୍ଡି ବରାର; ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ରହିଛି ମୁଖ୍ୟ ଅଭିଯୁକ୍ତ
ଅନ୍ୟ ରିପୋର୍ଟ ଅନୁସାରେ ଡିନର ଏବଂ ଡ୍ୟାନ୍ସ ପରେ ହଲ୍ରୁ ବାହାରିବା ମାତ୍ରେ ପୂର୍ବରୁ ଛକି ରହିଥିବା ବ୍ରଦର୍ସ କିପର୍ସ ଗ୍ରୁପର ସଦସ୍ୟ ଅମରପ୍ରୀତ ଉପରେ ଆକ୍ରମଣ କରିଥିଲେ। ଏପରିକି ଗ୍ୟାଙ୍ଗଷ୍ଟରର ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।
ଭାକ୍ୟୁମଭର ପୋଲିସ୍ ପକ୍ଷରୁ ଜାରି ବୟାନ ଅନୁଯାୟୀ, ୯୧୧ରେ କଲ୍ କରିଥିବା ଲୋକେ କହିଛନ୍ତି ଯେ, ନିୟର ଫ୍ରେଜର ଷ୍ଟ୍ରିଟ୍ ଏବଂ ସାଉଥ ଇଷ୍ଟ ମେରାଇନ ଡ୍ରାଇଭ ନିକଟରେ ବିଳମ୍ବିତ ରାତି ୧ଟା ୩୦ରେ ସାଉଥ ଭାକ୍ୟୁମଭର ବାଙ୍କ୍ୟୁଏଟ୍ ହଲ୍ ବାହାରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରାଯାଇଥିଲା। ପାଟ୍ରୋଲିଂ ଅଧିକାରୀ ପୀଡିତଙ୍କୁ ସିପିଆର ଦେଇଥିଲେ ହେଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ସାରିଥିଲା।