ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜେଲ୍‌ରେ ଚାଲିଛି ପାର୍ଟି ! ଜମିଛି ମଦ-ସିଗାରେଟ୍‌ର ଆସର, ଗ୍ୟାଙ୍ଗଷ୍ଟାରଙ୍କ ଭିଡିଓ ଭାଇରାଲ…

26/08/2021 at 2:08 PM

ନୂଆଦିଲ୍ଲୀ ୨୬।୦୮: ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଗ୍ୟାଙ୍ଗଷ୍ଟାର ଥାନା ହେପାଜତରେ ବସି ମଦ ପିଉଥିବା ସହ ସିଗାରେଟ୍‌ ଟାଣୁଥିବାର ଦେଖିବାକୁ ମିଳିଛି । ତେବେ ଭିଡ଼ିଓ ଥିବା ଅପରାଧୀ ଜଣଙ୍କ ନୀରଜ ବବାନା ଗ୍ୟାଙ୍କ ସହିତ ଜଡିତ ଥିବା ଲୋକ ବୋଲି ସୂଚନା ରହିଛି । ଭିଡିଓ ଭାଇରାଲ ହେବା ପରେ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିବା ୨୪ ସେକେଣ୍ଡରେ ଏହି ଭିଡିଓରେ କିଛି ଅପରାଧୀ ଜେଲ୍‌ରେ ରହି ପାର୍ଟି କରୁଥିବାର ନଜର ଆସିଛନ୍ତି । ଜେଲ୍‌ ଭିତରେ ବସି ମଦ-ସିଗାରେଟ ଟାଣୁଛନ୍ତି । ଏହାସହିତ ଅପରାଧୀମାନେ କିଛି ଖାଉଥିବାର ମଧ୍ୟ ଦେଖାଯାଇଛି । ଜେଲ୍‌ରେ ଥିବା ଅନ୍ୟ ଅପରାଧୀମାନେ ଏହି ଭିଡିଓକୁ ରେକଡିଂ କରୁଛନ୍ତି ।

ତେବେ ଏହି ଭିଡିଓରେ ୪ରୁ ୫ଜଣ ଲୋକ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ରାହୁଲ କାଲା, ନବୀନ ବାଲି । ଉଭୟେ ନବୀନ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ରହିଛି । ସମସ୍ତେ ଜେଲ୍‌ରେ ଭିତରେ ବସି ସାଥୀମାନଙ୍କ ସହ ଧୁମ୍‌ଧାମ୍‌ରେ ପାର୍ଟି କରୁଛନ୍ତି । ମଦ ପିଉଛନ୍ତି, ସିଗାରେଟ ଟାଣୁଛନ୍ତି, ସ୍ନାକ୍ସ ଖାଉଛନ୍ତି ।

ସେପଟେ ଭିଡିଓ ଭାଇରାଲ ପରେ ଦିଲ୍ଲୀ ପୋଲିସ ଆକ୍ସନକୁ ଆସିଛି । ଉକ୍ତ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ ତଦନ୍ତ ନିର୍ଦ୍ଦେଶ ଦେଇଛି ପୋଲିସ ।ଭିଡିଓଟି ମଣ୍ଡାଲି ଜେଲ୍‌ର ବୋଲି ସୂଚନା ରହିଛି । ମଣ୍ଡାଳି ଜେଲ୍‌ର ଅଧିକାରୀମାନେ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି । ଏହାସହିତ ସ୍ପେଶାଲ ସେଲ୍‌ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ।  

   Related Posts