ଗଣଦୁଷ୍କର୍ମ ପରେ ନଗ୍ନ ଅବସ୍ଥାରେ ୩ ମହଲା କୋଠା ଉପରୁ ଡେଇଁବା ପାଇଁ ନେପାଳୀ ମହିଳାଙ୍କୁ ବାଧ୍ୟ କଲେ ଦୁଷ୍କର୍ମକାରୀ

Published By : Prameya-News7 Bureau | October 22, 2018 IST

ଜୟପୁର ୨୨/୧୦: ଜଣେ ୨୩ ବର୍ଷ ବୟସ୍କା ନେପାଳୀ ମହିଳାଙ୍କୁ ଶୁକ୍ରବାର ମଧ୍ୟରାତ୍ରୀରେ ଗଣଦୁଷ୍କର୍ମ କରିଥିଲେ । ଏହାପରେ ନଗ୍ନ ଆବସ୍ଥାରେ ୩ ମହଲା କୋଠା ଉପରୁ ତଳକୁ ଡ଼େଇଁବା ପାଇଁ ପିଡ଼ୀତାଙ୍କୁ ବାଧ୍ୟ କରିଥିଲେ ଦୁଷ୍କର୍ମକାରୀ । ଏଭଳି ଏକ ଜଘଣ୍ୟ ଘଟଣା ଘଟିଛି ରାଜସ୍ଥାନର ଜୟପୁର ନିକଟସ୍ଥ ମୁହାନାଠାରେ । ୩ ମହଲା ଉପରୁ ଡ଼େଇଁଥିବା ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଅଭିଯୋଗକ୍ରମେ ମୁହାନା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ୧୯ ବର୍ଷ ବୟସ୍କ ଲୋକେଶ ସାଇନି ଏବଂ ୨୪ ବର୍ଷ ବୟସ୍କ କମଲ ସାଇନି । ଅଭିଯୁକ୍ତମାନଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଉପରୋକ୍ତ ଦୁଇ ଅଭିଯୁକ୍ତ ଏହି ନେପାଳୀ ମହିଳାଙ୍କୁ ତାଙ୍କ ଘରୁ ଉଠାଇ ଆଣି ଗଣ ଦୁଷ୍କର୍ମ କରିଥିଲେ । ମଧ୍ୟରାତ୍ରୀ ବେଳକୁ ନଗ୍ନ ଅବସ୍ଥାରେ ୩ ମହଲା କୋଠା ଉପରୁ ଡେଇଁବା ପାଇଁ ବାଧ୍ୟ କରିଥିଲେ । ମହିଳା ଯେତେ ନେହୁରା ହୋଇଥିଲେ ମଧ୍ୟ ଅଭିଯୁକ୍ତମାନେ ଶୁଣିନଥିଲେ । ବରଂ ତାଙ୍କୁ ଅଧିକରୁ ଅଧିକ ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ଶେଷରେ ମହିଳା ତିନି ମହଲା ଛାତ ଉପରୁ ତଳକୁ ଡେଇଁଥିଲେ । ମହିଳା ଏଥିରେ ଗୁରୁତର ଆହତ ହୋଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚିଯାଇଛି । ସଂପୃକ୍ତ ଅଞ୍ଚଳରେ ଡ୍ୟୁଟିରେ ଥିବା ଜଣେ ରାତ୍ରି ଜଗୁଆଳି ମହିଳାଙ୍କୁ ଉଦ୍ଧାର କରି ହସପିଟାଲକୁ ନେଇଥିବାବେଳେ ପୋଲିସକୁ ଖବର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.