ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳରେରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

Published By : Prameya-News7 Bureau | November 04, 2018 IST

ଖୋର୍ଦ୍ଧା ୪/୧୧ : ଖୋର୍ଦ୍ଧା ଜଙ୍କିଆ ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଗତକାଲି ଅପରାହ୍ନରେ ଯୁବତୀ ଜଣଙ୍କ ଶୌଚ ହେବାକୁ ଘର ପାଖ ପଡିଆକୁ ଯାଇଥିଲେ । ତାଙ୍କ ସହ ଅନ୍ୟ ଜଣେ ଯୁବତୀ ବି ଥିଲେ। ତେବେ ୩ଜଣ ଯୁବକ ଯୁବତୀଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ଯୁବତୀ ଦୁଇଜଣ ପାଟି କରିବାରୁ ୩ଜଣ ଯୁବକ ଖସି ପଳାଇଥିଲେ । ଏ ସଂପର୍କରେ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସେପଟେ ଗୁରୁତର ପୀଡ଼ିତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି | ପୀଡିତା ଯୁବତୀଙ୍କ ସହ ଯାଇଥିବା ୨ଜଣ ଯୁବତୀଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚୁରା କରୁଛି | ଅତି ଶୀଘ୍ର ଅଭିଯୁକ୍ତକୁ ଧରା ହେବ ବୋଲି ଜଙ୍କିଆ ଆଇଆଇସି ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.