ବଳରାମଗଡ଼ିରେ ଧୁମ୍ ଧାମରେ ଗଙ୍ଗାସାଗର ମେଳା : ଶନିବାର ଶେଷ ହେବ
18/01/2019 at 5:43 PM

ବାଲେଶ୍ବର ୧୮|୧: ବାଲେଶ୍ବର ବଳରାମଗଡ଼ିରେ ଧୁମ୍ ଧାମରେ ଚାଲିଛି ଗଙ୍ଗାସାଗର ମେଳା। ମେଳାରେ ଭାଇଚାରର ନିଦର୍ଶନ ଦେଖିବାକୁ ମିଳେ। ଏ ବର୍ଷ ଖୁବୁ ଆଡ଼ମ୍ବର ସହକାରେ ମେଳା ଚାଲିଛି।

ବାଲେଶ୍ବର ବଳରାମଗଡ଼ିରେ ଚାଲିଛି ଗଙ୍ଗାସାଗର ମେଳା। ୫୬ ବର୍ଷ ତଳେ ମତ୍ସଜୀବୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ମେଳା ମକର ସଂକ୍ରାନ୍ତିରୁ ବେଶ୍ ଧୁମ୍ ଧାମରେ ଚାଲିଛି। ଶନିବାର ଶେଷ ହେବ ମେଳା। ଏବେ ରାଜ୍ୟ ତଥା ବହାର ରାଜ୍ୟର ଦେଖଣାହାରୀଙ୍କ ଭିଡ ଜମୁଛି।

ସାତ ଦିନ ଧରି ଚାଲିଥାଏ ଗଙ୍ଗାସାରଗର ମେଳ। ଦୋକାନ ବଜାର ସହ ପିଲାଙ୍କ ମନୋରଂଜନ ପାଇଁ ଖୋଲିଛି ମୀନା ବଜାର । ଲୋକେ ଘରକରଣା ଜିନିଷ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି।

ବଳରାମ ଗଡ଼ିରେ ୫୦୦ରୁ ଅଧିକ ଟ୍ରଲର ଚାଲିଛି। ଟ୍ରଲରର ସୁରକ୍ଷା ପାଇଁ ମତ୍ସାଜୀବୀ ଏହି ମେଳା ଆରମ୍ଭ କରିଥିଲେ।

Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023