ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଗଙ୍ଗାନଦୀରେ ଅଘଟଣ : ଡଙ୍ଗାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୪ ମୃତ

6/08/2022 at 2:24 PM

ନୂଆଦିଲ୍ଲୀ ୦୬/୦୮: ବିହାରର ରାଜଧାନୀ ପାଟଣାରେ ବଡ ଧରଣର ବିସ୍ଫୋରଣ । ଗଙ୍ଗାନଦୀରେ ଏକ ଡଙ୍ଗାରେ ଥିବା ଗ୍ୟାସ୍ ବିସ୍ଫୋରଣ ହୋଇଛି । ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ହୋଇଛନ୍ତି । ଡଙ୍ଗାରେ ପ୍ରାୟ ୨୦ ଜଣ ଯାଚ୍ରୀ ଥିଲେ । ସୂଚନା ପାଇବା ପରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

କୁହାଯାଉଛି ଯେ, ଡଙ୍ଗାରେ ବେଆଇନ ବାଲି କାରବାର ହେଉଥିଲା । ବାଲିକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରେ ପହଁଚାଯାଉଥିଲା । ଏପରିକି ବାଲି ପରିବହନ କରୁଥିବା ଶ୍ରମିକଙ୍କ ପାଇଁ ଦ୍ୱିପହର ଖାଇବା ରନ୍ଧା ଯାଉଥିଲା । ଏତିକି ବେଳେ ଗ୍ୟାସ୍ ଲିକ୍ ହେବା ସହ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।

ମନେର ଥାନା ଅଧିକାରୀଙ୍କ କହିବାନୁସାରେ, ବିସ୍ଫୋରଣରେ ୪ ଜଣ ପ୍ରାଣ ହରାଇଛନ୍ତି । ଡଙ୍ଗାରେ ଥିବା ଅନ୍ୟମାନେ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । କିଛି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପାଟନାରେ ଗଙ୍ଗାନଦୀ ଦେଇ ବେଆଇନ ବାଲି ଚାଲାଣ ହୁଏ । ମାଫିଆମାନେ ଡଙ୍ଗା ସାହାଯ୍ୟରେ ବାଲିର ଚୋରାଚାଲାଣ କରିଥାନ୍ତି ।

   Related Posts