suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିହାର ସହରସା କୋର୍ଟରେ ଗ୍ୟାଙ୍ଗୱାର, ହତ୍ୟା ଅଭିଯୁକ୍ତଙ୍କୁ ଗୁଳିକରି ହତ୍ୟା

28/03/2023 at 8:13 PM

ସହରସା୨୮।୩: ବିହାର ସହରସା ଜିଲ୍ଲା କୋର୍ଟରେ ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ କୋର୍ଟରେ ହାଜର ଲାଗି ଅଣାଯାଇଥିବା ଜନୈକ ହତ୍ୟା ଅଭିଯୁକ୍ତଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଅଭିଯୁକ୍ତଙ୍କ ନାମ ପ୍ରଭାକର ପଣ୍ଡିତ। ଶୁଣାଣି ଲାଗି  ପ୍ରଭାକରକୁ ପୋଲିସ କୋର୍ଟକୁ ଆଣିଥିଲା। ତେବେ କୋର୍ଟରେ ପୂର୍ବରୁ ଛପି ରହିଥିବା ଦୁର୍ବୃତ୍ତ ପ୍ରଭାକର ଉପରେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ପ୍ରଭାକରର ମୃତ୍ୟୁ ହୋଇଛି।

କୋର୍ଟ ପରିସରରେ ଅଭିଯୁକ୍ତକୁ ଗୁଳି କରି ଖସି ପଳାଉଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରିନେଇଛି। ତେବେ ଅନ୍ୟ ୪ ଜଣ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ ପ୍ରଭାକରକୁ ହାଜତରୁ ନିମ୍ନ ଅଦାଲତକୁ ନିଆ ଯାଉଥିବା ବେଳେ କୋର୍ଟ ବାରଣ୍ଡାରେ ଦୁର୍ବୃତ୍ତ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ସେମାନେ ଅତି ନିକଟରୁ ପ୍ରଭାକର ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଆହତ ପ୍ରଭାକରକୁ ତୁରନ୍ତ ସରକାରୀ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

ଏହି ଘଟଣା କୋର୍ଟର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ହୋଇଥିଲା। ଦୁର୍ବୃତ୍ତଙ୍କ ଗୁଳି ଶବ୍ଦରେ ପରିସରରେ ଦୌଡାଧାପଡା ହୋଇଥିଲା। ଏଣୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରିବା ବିପଦଜନକ ହେବ ଭାବି ଦୁର୍ବୃତ୍ତଙ୍କ ପିଛା କରିଥିଲା। ଏଥିରେ ପୋଲିସ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ୪ ଜଣ ଖସି ପଳାଇଛନ୍ତି। ସହରସା ଏସପି ଲିପି ସିଂହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମାମଲାର ବିସ୍ତୃତ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ଆକ୍ରମଣକାରୀମାନେ ପ୍ରଭାକରକୁ ହତ୍ୟା କରିବା ଲାଗି ଆକ୍ରମଣ କରିଥିଲେ ନା ପୋଲିସ ହାତରୁ ଛଡେଇ ନେବାକୁ ଆକ୍ରମଣ କରିଥିଲେ ତାହା ଏବେ ତଦନ୍ତାଧିନ।

ସହରସା ଜିଲ୍ଲା କୋର୍ଟ ପରିସରରେ ଗୁଳିକାଣ୍ଡ କୋର୍ଟ ପରିସରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଛିଡା କରିଛି। ସହରସା ପୋଲିସ ଦୁର୍ଦ୍ଦାନ୍ତ ଆପରାଧୀଙ୍କ ସମ୍ପର୍କିତ ମାମଲାର ଶୁଣାଣି ଭିଡିଓ କନଫରେନସିଂ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ଏବେବି ସରକାରଙ୍କ ବିଚାରାଧୀନ ରହିଛି। ମଙ୍ଗଳବାର ଘଟଣାରେ ଓକିଲମାନେ ଉନ୍ନ ସୁରକ୍ଷା ବ୍ୟବସ୍ଥା ଦାବିରେ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି।  

   Related Posts