Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ପର୍କରେ ଲାଗିଲା କଳଙ୍କ, ସାଥୀଙ୍କ ସହ ମିଶି ଶାଳୀପ୍ରତି ଗଣଦୁଷ୍କର୍ମ କଲା ଭିଣୋଇ

13/06/2019 at 9:55 PM

ବଳରାମପୁର ୧୩।୬:  ପୁଣି ସମ୍ପର୍କରେ ଲାଗିଲା କଳଙ୍କ। ଉତ୍ତରପ୍ରଦେଶ ବଳରାମପୁରର ଏହି ଘଟଣା ସାମାଜିକ ଓ ପାରିବାରିକ ସମ୍ପର୍କକୁ ନିନ୍ଦିତ କରିଛି। ଜଣେ ଜ୍ବାଇଁ ସାଙ୍ଗମାନଙ୍କ ସହ  ମିସି ନିଜ ବିବାହିତା ପତ୍ନୀଙ୍କ ସାନ ଭଉଣୀ ପ୍ରତି ଗଣ ଦୁଷ୍କର୍ମ କରିଥିବା ତୁଳସୀପୁର ଥାନାରେ ଅଭିଯୋଗ ହୋଇଛି। କେବଳ ଗଣ ଦୁଷ୍କର୍ମ ନୁହେଁ ଜ୍ବାଇଁ ଶ୍ବଶୁର ଘରେ ଲୁଟାପାଟ କରିଥିବା ନେଇ ମଧ୍ୟ ପୀଡିତା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଜଣଙ୍କୁ ପୀଡିତା ଚିହ୍ନଟ କରିଛନ୍ତି ।

ତୁଳସୀପୁର ଥାନା ଅଞ୍ଚଳରେ ଗତ ଜୁନ ୧୦ ତାରିଖ ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି। ପୀଡିତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଭିଣୋଇ ସୁରେଶ ସିଂହ ୩-୪ ଜଣ ସାଙ୍ଗଙ୍କ ସହ ଘରକୁ ଆସି କବାଟ ବାଡେଇଥିଲେ। ପୀଡିତା ନିଦରୁ ଉଠି କବାଟ ଖୋଲିବାରୁ ଅଚାନକ ଭିଣୋଇ ଓ ସାଙ୍ଗମାନେ ଘରକୁ ପଶି ଯାଇ ତାଙ୍କ ପ୍ରତି ଦୁଷ୍କର୍ମ କରିଥିଲେ। ପରେ ସେମାନେ ଘରେ ଥିବା ନଗଦ ୪୫ ହଜାର ଟଙ୍କା ନେଇ ବାହାରି ପଳାଇଯିବା ବେଳେ ପୀଡିତା ପାଟି କରିବାରୁ ଗାଁ ଲୋକେ ସେମାନଙ୍କର ପିଛା କରିଥିଲେ। ତେବେ ସେମାନଙ୍କୁ ଧରି ନ ପାରି ଫେରି ଆସିବା ବେଳକୁ ଘଟଣା ସୁଣି ତାଜୁବ ହୋଇଯାଇଥିଲେ।

ପରେ ଗ୍ରାମବାସୀ ପୀଡିତାଙ୍କୁ ସାଥୀରେ ନେଇ ତୁଳସୀ ପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ଏହା ପୂର୍ବରୁ ଲକ୍ଷ୍ନୌରେ ମଧ୍ୟ ଏଭଳି ଏକ ହୀନ କାଣ୍ଡ କରିଥିବା ପୀଡିତା ପୋଲିସକୁ କହିଥିବା ବେଳେ ସିଓ କ୍ରାଇମ ମନୋଜ କୁମାର ଯାଦବ ମାମଲାର ତଦନ୍ତ କରୁଛନ୍ତି ।

   Related Posts