oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଜେଲରେ ଗ୍ୟାଙ୍ଗଓ୍ୱାର, ଆଖିବୁଜା ଗୁଳିମାଡ କଲେ କଏଦୀ, ୩ ମୃତ

15/05/2021 at 11:56 AM

ଲକ୍ଷ୍ନୌ ୧୫/୦୫: ଜେଲରେ ଗ୍ୟାଙ୍କଓ୍ୱାର । ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲ୍‌ରେ ଶୁକ୍ରବାର ସକାଳେ କଏଦୀଙ୍କ ମଧ୍ୟରେ ଗ୍ୟାଙ୍ଗୱାର୍‌ ଘଟି ୩ ଜଣ ପ୍ରାଣ ହରାଇଛନ୍ତି । ଜେଲ୍‌ର ଜଣେ ଅଧିକାରୀଙ୍କ ଅନୁସାରେ ପଶ୍ଚିମ ୟୁପିର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅଂଶୁ ଦୀକ୍ଷିତ ସକାଳେ ପରେଡ୍‌ ପରେ ସେଠାକାର ଦୁଇଜଣ କଏଦୀ ମୁକିମ କାଲା ଓ ମେରାଜୁଦ୍ଦିନ୍‌ଙ୍କ ଉପରେ ଆଖିବୁଜା ଗୁଳିବର୍ଷଣ କରିଥିଲା । ମୁକିମ କାଲା ଓ ମେରାଜୁଦ୍ଦିନ୍‌ ବାହୁବଳୀ ନେତା ମୁଖତାର ଅନ୍‌ସାରୀଙ୍କ ନିକଟତମ ଭାବେ ପରିଚିତ। ଗୁଳିମାଡ଼ ପରେ ଘଟଣାସ୍ଥଳରେ ହିଁ ସେମାନଙ୍କର ପ୍ରାଣହାନି ଘଟିଥିଲା । ଏହାପରେ ମଧ୍ୟ ଅଂଶୁ ଜେଲ୍‌ ମଧ୍ୟରେ ଆଖିବୁଜା ଗୁଳିବର୍ଷଣ ଜାରି ରଖିଥିଲା । ସେ ଅନ୍ୟ ୫ ଜଣ କଏଦୀଙ୍କୁ ବନ୍ଧକ ରଖି ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ଏହାପରେ ଜିଲ୍ଲାପାଳ, ପୁଲିସ ସୁପରିଟେଣ୍ଡେଣ୍ଟଙ୍କ ସମେତ ଜେଲ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାକୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲେ । ସେ କିନ୍ତୁ ଆତ୍ମସମର୍ପଣ କରିନଥିଲା । ଫଳରେ ତାକୁ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇ ବନ୍ଦୀମାନଙ୍କୁ ମୁକୁଳା ଯାଇଥିଲା ।

ସୂଚନାଥାଉକି, ମୁକିମ କାଲାକୁ ସାହାରନ୍‌ପୁରରୁ ଓ ମେରାଜୁଦ୍ଦିନ୍‌କୁ ବାରାଣସୀରୁ ଚିତ୍ରକୂଟ ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ଚିତ୍ରକୂଟ ଜେଲ୍‌ରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜେଲ୍‌ ପ୍ରଶାସନକୁ ୬ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି । ସେପଟେ ଏହି ଘଟଣା ପଛରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ନେଇ ଚର୍ଚ୍ଚା ହେଉଛି । ଏପରିକି ସକାଳ ୯.୩୦ରେ ଜଳଖିଆ ଦିଆଯିବା ସମୟରେ ଅଂଶୁ ପାଖକୁ ପିସ୍ତଲ ପହଞ୍ଚାଯାଇଥିବା କୁହାଯାଉଛି ।

   Related Posts