ପ୍ରଫେସର ଗଣେଶୀ ଲାଲ୍ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

Published By : Prameya-News7 Bureau | May 26, 2018 IST

ପ୍ରଫେସର ଗଣେଶୀ ଲାଲ୍ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହରିୟାଣା ବିଜେପିର ପୂର୍ବତନ ସଭାପତି ଥିଲେ ପ୍ରଫେସର ଗଣେଶୀ ଲାଲ୍ । ଏସ୍ .ସି ଜମିରଙ୍କ ଅବସର ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍ ଓଡ଼ିଶା ରାଜ୍ୟପାଳ ଦାୟିତ୍ବରେ ଅଛନ୍ତି । ଖୁବ୍ ଶୀଘ୍ର ସତ୍ୟପାଲ ମଲ୍ଲିକଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ପ୍ରଫେସର ଗଣେସୀ ଲାଲ୍ । ହରିୟାଣା ସିର୍ସାର ବିଜେପି ନେତା ଗଣେଶୀ ଲାଲ୍ ଏବେ ବିଜେପି ଶୃଂଖଳା କମିଟିର ଅଧକ୍ଷ୍ୟ ଅଛନ୍ତି । ୧୯୯୬ ରୁ ୯୯ ଯାଏ ହରିୟାଣା ମୁଖ୍ୟମନ୍ତ୍ରୀ ବଂଶୀ ଲାଲଙ୍କ ମେଣ୍ଟ ସରକାରରେ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି ଗଣେଶୀ ଲାଲ୍ । ସେହିପରି ବିଜେପି ନେତା କୁମାନମ୍ ରାଜଶେଖରନ୍ ଙ୍କୁ କେରଳର ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଛି । ରାଜଶେଖରନ୍ ଆରଏସ୍ ଏସ୍ ଏବଂ ବିଶ୍ବ ହିନ୍ଦୁ ପରିଷଦର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.