vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଆଜି ଶ୍ରୀଗଣେଶ ଚତୁର୍ଥୀ : କରୋନା କଟକଣା ପାଇଁ ସାର୍ବଜନୀନ ସ୍ଥାନରେ ହେବନି ଗଜାନନଙ୍କ ଆବାହନ, ସ୍କୁଲ ନଯିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

22/08/2020 at 7:29 AM

ଭୁବନେଶ୍ୱର ୨୨।୦୮: ଆଜି ଶ୍ରୀ ଗଣେଶ ଚତୁର୍ଥୀ । କିନ୍ତୁ କରୋନା କଟକଣା ପାଇଁ ଏଥର ଗଣେଶ ପୂଜା ଫିକା । ପୂଜା ମଣ୍ଡପରେ କି ଶିକ୍ଷିନୁଷ୍ଠାନରେ କୌଣସି ସ୍ଥାନରେ ପୂଜା ପାଇବେନି ବିଘ୍ନ ବିନାଶକ ।  ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ବନ୍ଦ କରାଯାଇଛି । ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଛାତ୍ରଛାତ୍ରୀ ଯୋଗ ଦେବେନାହିଁ । ଘରେ ରହି ଗଣେଶ ପୂଜା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରମର୍ଶ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ପୂଜା ହେବ ନାହିଁ । କରୋନା କଟକଣା ଯୋଗୁଁ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ସେପଟେ ଜଟଣୀରେ ମଧ୍ୟ ପ୍ରସିଦ୍ଧ ଗଣେଶ ପୂଜା ପାଳନ ହେବ ନାହିଁ । କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ସେପଟେ ବିଶ୍ବ ପ୍ରସିଦ୍ଧ ମୁମ୍ବାଇରେ ମଧ୍ୟ ଏ ବର୍ଷ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି ।

   Related Posts