ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଗଣେଶ ଭସାଣିକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଟାଙ୍ଗିଆ ଚୋଟରେ ଜଣେ ଗୁରୁତର

2/09/2022 at 9:00 AM

ଢେଙ୍କାନାଳ ୦୨।୦୯: ଗଣେଶ ମେଢ଼ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଟିଏ ଗୋଷ୍ଠୀର ଟାଙ୍ଗିଆ ଚୋଟରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତଖନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ଗୁରୁତର ଯୁବକ ଜଣଙ୍କ ଛାଟିଆ ମଝିସାହିର ରଞ୍ଜନ ବେହେରା । ତେବେ ଆକ୍ରମଣ କରିଥିବା ଯୁବକ ଜଣଙ୍କ ଛାଟିଆର ପ୍ରମୋଦ ରାଉତ । ଘଟଣା ପରେ ସେ ଫେରାର ହୋଇଯାଇଛି । ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବଡ଼ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ଉଭୟ ପକ୍ଷ ପୃଥକ ପୃଥକ ଭାବେ ଦୁଇଟି ମଣ୍ଡପରେ ଗଣେଶ ପୂଜା କରୁଥିଲେ ।

ତେବେ ଗୁରୁବାର ଭସାଣି ଉତ୍ସବରେ କେଉଁ ମେଢ଼ ଆଗରେ କିଏ ଯିବ ତାକୁ ନେଇ ବିବାଦ ଉପୁଜିଥିଲା । ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇ ରହିଥିବାରୁ ଛାଟିଆ ଗାଁରେ ପ୍ରବଳ ଉତ୍ତଜେନା ଦେଖିବାକୁ ମିଳିଥିଲା। ଖବର ପାଇ ସଦର ଥାନା ପୋଲିସ, ଫୋର୍ସ ସହ ଛାଟିଆ ଗାଁରେ ପହଞ୍ଚିଛି । ଏହାପରେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିବା ସୂଚନା ମିଳିଛି ।

   Related Posts