oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ପବିତ୍ର ଗଣେଶ ଚତୁର୍ଥୀ, ଧରାପୃଷ୍ଠରେ ପୂଜା ପାଇବେ ବିଘ୍ନ ବିନାଶକ

31/08/2022 at 7:36 AM

ଭୁବନେଶ୍ୱର ୩୧।୦୮: ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ।

ପୁରାଣ ଓ ଶାସ୍ତ୍ର ଅନୁଯାୟୀ, ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଗାଁ ଠାରୁ ସହର ଅଗ୍ରପୂଜ୍ୟଙ୍କ ଆଗମନ ପାଇଁ ଉତ୍ସବ ମୁଖର । ସାରା ଦେଶରେ ବିଘ୍ନରାଜଙ୍କ ଆବାହନ। ଧରାପୃଷ୍ଠରେ ବିଘ୍ନ ବିନାଶକଙ୍କ ଅବତରଣ । ସେଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ ଚଳଚଞ୍ଚଳ। ସମସ୍ତଙ୍କ ମନରେ ଉତ୍ସାହ । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ ।

ରାଜ୍ୟର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି । ପବିତ୍ର ଗଣେଶ ଚତୁର୍ଥୀ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଧୁମଧାମରେ ପାଳନ ହେଉଛି । ଏଥିସହ ଗଣେଶ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଘଣ୍ଟ, ବାଜା ବାଜଣା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର ।

ସେହିପରି ଆଜିର ଦିନରେ ଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରି ଖଡି ଛୁଇଁଥାନ୍ତି ଛୋଟ ଛୋଟ ପିଲା। ଗଣେଶ ପୂଜା ପାଇଁ ରାଜଧାନୀରେ ମଧ୍ୟ ଧୁମଧାମରେ ପାଳନ ହେଉଛି । ବଡଗଡରେ ପୂଜା ପାଇବେ ରାଜଧାନୀର ସବୁଠୁ ବଡ଼ ଗଣେଶ । ୫୧ ଫୁଟର ଗଣେଶ ଧରିବେ ୫୦ କେଜିର ଲଡୁ । ଓଡିଶା ପ୍ରସିଦ୍ଧ ଜଟଣୀରେ ମଧ୍ୟ ଏଥର ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା ।

   Related Posts