ଭୁବନେଶ୍ବରରେ ଗାନ୍ଧି ଶାନ୍ତି କେନ୍ଦ୍ରର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ, ବିନା ଏଣ୍ଟ୍ରି ଫିରେ ବୁଲିପାରିବେ ଦର୍ଶକ
22/02/2020 at 10:14 AM

ଭୁବନେଶ୍ବର ୨୨।୨: ଶନିବାର ଗାନ୍ଧି ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଓ ଉଦୟଗିରି ନିକଟରେ ଥିବା ପୁରୁଣା ମ୍ୟାଥମେଟିକ୍ସ ରିସର୍ଚ୍ଚ ସେଣ୍ଟରକୁ ଭଙ୍ଗାଯାଇ ସେଠାରେ ଗାନ୍ଧି ଶାନ୍ତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ଗାନ୍ଧିଜୀଙ୍କ ଜୀବନୀକୁ ନେଇ ଏଠାରେ ରହିଛି ଭିନ୍ନ ଭିନ୍ନ ଗ୍ୟାଲେରୀ । ଅଂହିସା ଗ୍ୟାଲେରୀ, ଏକବିଂଶ ଶତାଦ୍ଦୀରେ ମହାତ୍ମା, ମୋହନଦାଶରୁ ମହାତ୍ମା, ମହାତ୍ମାରୁ ବାପୁ, ଗାନ୍ଧୀ ଆଦର୍ଶ ଓ ପ୍ରେରଣାଦାୟକ ଏବଂ ଚିରନ୍ତନ ଗାନ୍ଧୀ ଭଣ୍ଡାର ଆଦି ଗ୍ୟାଲେରୀ ରହିଛି । ସବୁ ଗ୍ୟାଲେରୀକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବା ଡିଜିଟାଇଲେଜନ କରାଯାଇଛି ।

ହିନ୍ଦି, ଇଂରୀଜୀ ଏବଂ ଓଡ଼ିଆରେ ମାହାତ୍ମା ଗାନ୍ଧିଙ୍କ କାହାଣୀ ଶୁଣିପାରିବେ ଲୋକେ । ଗାନ୍ଧି ଶାନ୍ତି କେନ୍ଦ୍ରକୁ ଯିବାକୁ କୌଣସି ପ୍ରବେଶ ଫି ରଖାଯାଇନାହିଁ । ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ।