ଗାନ୍ଧୀ ଜୟନ୍ତୀରୁ ଭାରତ ଯୋଡ଼ୋ ଫେଜ୍-୨, ଗୁଜରାଟର ପୋରବନ୍ଦରରୁ ଆରମ୍ଭ ହେବ ଯାତ୍ରା

Published By : Prameya-News7 Bureau | August 23, 2023 IST

ନୂଆଦିଲ୍ଲୀ ୨୩/୦୮: ଆସନ୍ତା ଅକ୍ଟୋବର ୨ରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଗୁଜରାଟର ପୋରବନ୍ଦରରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଦ୍ୱିତୀୟ ପର୍ଯ୍ୟାୟରେ ରାହୁଲଙ୍କ ପୂରା ଫୋକସ୍‌ ଉତ୍ତରପ୍ରଦେଶ ରହିବ । ୮୦ ଲୋକସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ ରାହୁଲ ୫ରୁ ୧୦ ଦିନ ଯାତ୍ରା କରିପାରନ୍ତି ବୋଲି ଯୋଜନା ରହିଛି । ଭାରତ ଯୋଡ଼ୋ ଯାତ୍ରା ପୂର୍ବାଞ୍ଚଳ ଜିଲ୍ଲା ଦେଇ ଯିବ ।

ଏହାଦ୍ୱାରା କଂଗ୍ରେସ ଲୋକସଭାର ୨୩ ସିଟ୍‌ ଆସନ ଅକ୍ତିଆର କରିବାକୁ ଉଦ୍ୟମ କରିବ । ଏଥର ଭାରତ ଯୋଡ଼ୋ ଯାତ୍ରାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଜୟନ୍ତ ଚୌଧୁରୀଙ୍କ ସମେତ ଉତ୍ତରପ୍ରଦେଶର ବରିଷ୍ଠ ତଥା ପ୍ରମୁଖ ନେତାମାନେ ସାମିଲ ହୋଇପାରନ୍ତି । ତେବେ ୟୁପିର କେଉଁ କେଉଁ ସ୍ଥାନ ଦେଇ ଏହି ଯାତ୍ରା ଯିବ ତାହା ସ୍ପଷ୍ଟ ହୋଇନାହିଁ । ୟୁପି ପରେ ବିହାର, ପଶ୍ଚିମବଙ୍ଗ, ଆସାମ ଯିବା ସହ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ନିକଟରେ ଯାତ୍ରା ଶେଷ ହୋଇପାରେ ।

ଯାତ୍ରାର ବିସ୍ତୃତ ମ୍ୟାପ୍‌ ପ୍ରସ୍ତୁତ କରାଯାଉଥିବା ୟୁପିର କଂଗ୍ରେସ ମୁଖପାତ୍ର ଅଭିମନ୍ୟୁ ତ୍ୟାଗୀ କହିଛନ୍ତି । ଅନ୍ୟପକ୍ଷରେ ଲଦାଖ ଗସ୍ତରେ ଥିବା ରାହୁଲ ସୋମବାର ରାତିରେ ଲେହ ମାର୍କେଟରେ ସେନାର ଅବସରପ୍ରାପ୍ତ ଅଧିକାରୀଙ୍କୁ ଭେଟିଛନ୍ତି । ସେମାନଙ୍କ ସହ ସେଠାରେ ସେ ତ୍ରିରଙ୍ଗା ଉଡ଼ାଇଛନ୍ତି । ସେହି ବଜାରରୁ ରାହୁଲ କିଛି କିଣୁଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି । ସେ ବୌଦ୍ଧ ଧର୍ମଗୁରୁ ଦଲାଇଲାମାକୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

you can also read...

wp:embed {"url":"https://www.prameyanews7.com/rahul-said-i-have-seen-terrorists-during-bharat-jodo-yatra/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-said-i-have-seen-terrorists-during-bharat-jodo-yatra/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.