ଜିଲ୍ଲା ପ୍ରଶାସନ ଏବଂ ଆମ ପ୍ରତିଭା ଆମ ସମ୍ମାନ ସଙ୍ଗଠନ ପକ୍ଷରୁ ଢେଙ୍କାନାଳରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

Published By : Prameya-News7 Bureau | October 02, 2022 IST

ଢେଙ୍କାନାଳ ୦୨/୧୦: ଢେଙ୍କାନାଳରେ ଜିଲ୍ଲା ପ୍ରଶାସନ ଓ ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ  ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ବସ ଷ୍ଟାଣ୍ଡ  ପାଖରେ ଥିବା ଗାନ୍ଧୀ ପାର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଲ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ ଓ ଜିଲ୍ଲାପାଳ ସରୋଜ ସେଠୀଙ୍କ ସହିତ ଜିଲ୍ଲାର ବିଭିନ୍ନ  ବିଭାଗୀୟ ଅଧିକାରୀମାନେ ଯୋଗଥିଲେ। ପୂର୍ବାହ୍ଣରେ ଏଥିରେ ଗାନ୍ଧୀଜିଙ୍କୁ ପ୍ରିୟ ପ୍ରାର୍ଥନା ରାମଧୁନ ଗାନ କରାଯାଇଥିଲା। ପରେ ଅତିଥିମାନେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତିରେ ପୁସ୍ପମାଲ୍ୟ ଅର୍ପଣ କରିବା ସହ ଭାରତର ସ୍ବାଧୀନତା ଓ ଅଖଣ୍ଡତା ପ୍ରତି ଉଭୟଙ୍କ ଅବଦାନର ସ୍ମୃତି ଚାରଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.