ବିବାହିତାଙ୍କୁ କାର୍‌ରେ ଲିଫ୍ଟ ଦେଇ ଟ୍ରକ୍‌ରେ ଗଣଦୁଷ୍କର୍ମ ! ଥାନାରେ ଅଭିଯୋଗ କଲେ ପୀଡିତା

Published By : Prameya-News7 Bureau | June 29, 2022 IST

ଜଗତସିଂହପୁର ୨୯।୬: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା ମଧ୍ୟାହ୍ନ ସମୟରେ ରାହମା ବଜାରରେ  ବସକୁ ଅପେକ୍ଷା କରି ଛିଡା ହୋଇଥିଲେ ।

ଏହି ସମୟରେ ତିନି ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହି ଏକ କାର୍ ଭିତରେ ପାରାଦୀପ ଆଡ଼କୁ ନେଇଯାଇଥିଲେ । ତାଙ୍କୁ ନିଶା ଦେଇ ଅଚେତ କରିବା ପରେ  ଅଠରବାଙ୍କୀ ନିକଟରେ ଏକ ଟ୍ରକ ଡାଲାର ଗଣଦୁଷ୍କର୍ମ କରିଥିଲେ । ପରେ ଏ ନେଇ କାହାରିକୁ କହିଲେ ଜୀବନରେ ମାରିଦେବା ସହ ଅଶ୍ଲୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ ।

ଫଳରେ ଭୟଭୀତ ହୋଇ ପୀଡିତା ଜଣଙ୍କ ନୀରବ ରହିଥିଲେ । କିନ୍ତୁ ଗତ ୨୬ତାରିଖ ଦିନ ସ୍ବାମୀଙ୍କ ସହ ଆସି ତିନି ଅଭିଯୁକ୍ତଙ୍କ ନାଁରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ତିର୍ତ୍ତୋଲ ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.