scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୨ ବର୍ଷୀୟ ଯୁବତୀଙ୍କୁ ନିଶା ଅବସ୍ଥାରେ ଗଣଦୁଷ୍କର୍ମ, ଦୁଇ ଯୁବକଙ୍କ ସହ ଜଣେ ମହିଳା ଗିରଫ

29/11/2022 at 11:04 PM

ବେଙ୍ଗାଲୁରୁ, ୨୯/୧୧: ୨୨ ବର୍ଷୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ରାପିଡୋରେ ନେଲେ, ଠିକଣା ଜାଗା ପରିବର୍ତ୍ତେ ଘରକୁ ନେଇ ଦୁଷ୍କର୍ମ କଲେ । ଏପରି ଏକ ଅଭିଯୋଗ ଆସିଛି ବେଙ୍ଗାଲୁରୁ ସହରରୁ । କେରଳର ଜଣେ ଯୁବତୀଙ୍କୁ ରାପିଡୋ ବାଇକ୍‌ ଟ୍ୟାକ୍ସି ଚାଳକ ଏବଂ ତାଙ୍କର ଜଣେ ସହକର୍ମୀ ମିଶି ଗଣ ଦୁଷ୍କର୍ମ କରିଥିବା ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ୍‌ର ସୂଚନା ମୁତାବକ, ଏହି ଘଟଣା ଗତ ଶୁକ୍ରବାର ଘଟିଛି । ପୀଡ଼ିତା ତାଙ୍କ ଏଫ୍‌ଆଇର୍‌ରେ ଉଲ୍ଲେଖ କରିଛନ୍ତି ଯେ, ସେ ବାଇକ୍‌ ଟ୍ୟାକ୍ସି ବୁକିଂ କରିବା ପୂର୍ବରୁ ତାଙ୍କ ସାଙ୍ଗ ଘରେ ରହିଥିଲେ । ମଧ୍ୟ ରାତ୍ରିରେ ସେ ଅନ୍ୟ ଜଣେ ସାଙ୍ଗଙ୍କ ନିକଟକୁ ଯିବା ପାଇଁ ଏହାକୁ ବୁକିଂ କରିଥିଲେ । କିନ୍ତୁ ସେ ଉକ୍ତ ରାତିରେ ମଦ ପିଇ ନିଶାରେ ଥିଲେ । ବାଇକ୍‌ ଚାଳକ ତାଙ୍କୁ ତାଙ୍କ ଠିକଣା ସ୍ଥାନରେ ପହଞ୍ଚାଇଥିଲେ । ହେଲେ ନିଶା ଏତେ ମାତ୍ରାରେ ଚଢ଼ି ଯାଇଥିଲା ଯେ ସେ ବାଇକ୍‌ରୁ ମଧ୍ୟ ଓହ୍ଲାଇ ପାରିନଥିଲେ ବୋଲି ପୋଲିସ୍‌ କହିଛି ।

ତେବେ ତାଙ୍କର ଏହି ଅବସ୍ଥାର ଫାଇଦା ନେଇ ଚାଳକ ଜଣଙ୍କ ତାଙ୍କୁ ତାର ରୁମ୍‌କୁ ନେଇଥିଲେ । ସେଠାରେ ଅନ୍ୟଜଣେ ମହିଳା ମଧ୍ୟ ଥିଲେ । କିଛି ସମୟ ପରେ ଅନ୍ୟ ଜଣେ ମଧ୍ୟ ସେଠାକୁ ଆସିଥିଲେ । ଦୁଇ ଜଣ ମିଶି ତାଙ୍କୁ ଦୁଷ୍କର୍ମ କରିଥିବା ସେ ପୋଲିସ୍‌ ଆଗରେ କହିଛନ୍ତି ।

ଏହି ଘଟଣାର ପରଦିନ ଚେତାକୁ ଫେରିଥିଲେ ଯୁବତୀ । ସେ ପୀଡ଼ା ଅନୁଭବ କରୁଥିଲେ । ଅଭିଯୁକ୍ତର ଘରୁ ସେ ସିଧା ମେଡିକାଲ୍‌ ଯାଇଥିଲେ । ଡାକ୍ତର ଦେଖି ସାରିବା ପରେ ପୋଲିସ୍‌କୁ ଏନେଇ ଜଣାଇଥିଲେ । ତେବେ ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିବା ବେଳେ ମହିଳାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି ।

   Related Posts