ଆଗାମୀ ବର୍ଷ ସୁଦ୍ଧା ଗେମିଂ ସେକ୍ଟରରେ ସୃଷ୍ଟି ହେବ ୧ ଲକ୍ଷ ନିଯୁକ୍ତି: ରିପୋର୍ଟ

Published By : Prameya-News7 Bureau | November 19, 2022 IST

ନୂଆଦିଲ୍ଳୀ, ୧୯/୧୧: ନୂତନ ଜ୍ଞାନକୌଶଳ ଏବଂ ଇଣ୍ଟରନେଟ୍‌ର ପହଞ୍ଚ ଯୋଗୁଁ ଗେମିଂ କ୍ଷେତ୍ର ବେଶ୍ ଉନ୍ନତ ହୋଇଛି। ଏବେ ଏହାକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ଗେମିଂ ଇଣ୍ଡଷ୍ଟ୍ରୀରେ ୧ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ନେଇ ଅନୁମାନ କରାଯାଉଛି। ଟିମ୍‌ଲିଜ୍‌ ଡିଜିଟାଲର ଏକ ରିପୋର୍ଟ ଅନୁଯାୟୀ, ଏହି କ୍ଷତ୍ରରେ ଚାହିଦା ବଢ଼ିଛି ଏବଂ ବିଗତ କିଛି ବର୍ଷରେ ଏହା ଖୁବ୍ ପ୍ରଗତି ମଧ୍ୟ କରିଛି।

ରିପୋର୍ଟ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯିବ। ଯେଉଁଥିରେ ୩୦ ପ୍ରତିଶତଙ୍କୁ ପ୍ରାଗାମର ଏବଂ ଡେଭେଲପର ଭାବରେ ନିଯୁକ୍ତି ଦିଆଯିବ। କାଳକ୍ରମେ ଏଥିରେ ନୂଆ ଚାକିରି ସୁଯୋଗ ଦେବ ଯେଉଁଥିରେ ଗେମିଂ ସେକ୍ଟରରେ ଆନିମେଟର, ଗ୍ରାଫିକ୍ସ ଡିଜାଇନର, ଭିଏଫଏକ୍ସ ଭଳି ବିଭିନ୍ନ କାଟାଗୋରୀରେ ନିଯୁକ୍ତି କରାଯିବ। ରିପୋର୍ଟରେ ଗେମିଂ ଇଣ୍ଡଷ୍ଟ୍ରୀରେ ୪୦ ପ୍ରତିଶତ ଯାଏଁ ମହିଳାଙ୍କ ଯୋଗଦାନକୁ ବଢ଼ାଯିବା ନେଇ ମଧ୍ୟ କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଗେମିଂ ସେକ୍ଟରରେ ଆୟରେ ଭାରତ ବିଶ୍ବର ବୃହତ୍ତମ ଗେମିଂ ମାର୍କେଟରେ ୬ଷ୍ଠ ସ୍ଥାନରେ ରହିଛି। ଏହି ସେକ୍ଟରରେ ୨୦୨୩-୨୪ ରେ ୭୮୦ କୋଟିର ବିଦେଶୀ ପୁଞ୍ଜି ନିବେଶ ମିଳିବା ନେଇ ମଧ୍ୟ ଆଶା କରାଯାଉଛି।

ତେବେ ଗେମିଂ ସେକ୍ଟରରେ ଚାକିରି କରିବା ପାଇଁ ଜଣେ ଆଶାୟୀଙ୍କୁ ସପ୍ଟଓୟାରରେ ବିସିଏ ଏବଂ ୩ଡି ଏବଂ ୨ଡି ଡିପ୍ଲୋମା, ଆନିମେସନ, ଭିଏଫଏକ୍ସ ରୁ ଏମଟେକ୍ କିମ୍ବା ଆଇଟିରେ ବିଟେକ୍, ସି++, ଜାଭା ଏବଂ ଡେଭଓପିଏସରେ ଡିପ୍ଳୋମା ଭଳି ଯୋଗ୍ୟତା ଦରକାର। ଏଥିରେ ମୋଟା ଅଙ୍କର ଦରମା ବି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.