ହୋଟେଲ୍‌ ଭିତରେ ଚାଲିଥିଲା ଜୁଆଖେଳ, ୮୧ ହଜାର ଟଙ୍କା ଜବତ, ୪ ଗିରଫ

Published By : Prameya-News7 Bureau | October 29, 2022 IST

ପୁରୀ, ୨୯/୧୦: ହୋଟେଲ ଭିତରେ ଜୁଆଖେଳ ଚାଲିଥିବା ସମୟରେ ମାଡି ବସିଲା ପୋଲିସ। ପୁରୀ ବଳିଆ ପଣ୍ଡା ଥାନା ଅନ୍ତର୍ଗତ ହୋଟେଲ୍ ଅନୁରାଧାରେ ଏହି ଜୁଆଖେଳ ଚାଲିଥିବା ବେଳେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୮୧ ହଜାର ଟଙ୍କା, ଚାରୋଟି ମୋବାଇଲ ଫୋନ, ଦୁଇଟି ମୋଟର ସାଇକେଲ ସହ ଦୁଇଟି ତାସ୍ ପ୍ୟାକେଟ୍‌ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଧାନକୁଟି ସାହିର ଗୋପାଳ ସାହୁ, ଗଣାମଲ୍ଲ ସାହିର ଶ୍ୟାମସୁନ୍ଦର ସାହୁ, ତିଆଡି ସାହିର ପ୍ରଦୀପ କୁମାର ମିଶ୍ର ଓ ଗୁଡିଆ ସାହିର ରାଜକିଶୋର ପଣ୍ଡା।

ଗତକାଲି ରାତିରେ ଏହି ଚାରି ଅଭିଯୁକ୍ତ ହୋଟେଲ ଅନୁରାଧାରେ ଟଙ୍କା ବାଜି ଲଗାଇ ଜୁଆ ଖେଳୁଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ନେଇ ଏକ ପ୍ରେସ୍ ବିବୃତି ମାଧ୍ୟମରେ ବଳିଆ ପଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.