ଗାମ୍ବିଆ ଉପରାଷ୍ଟ୍ରପତିଙ୍କ ଦେହାନ୍ତ, ଭାରତରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ
18/01/2023 at 9:52 PM

ନୂଆଦିଲ୍ଲୀ, ୧୮/୦୧: ଭାରତରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଗାମ୍ବିଆ ଉପରାଷ୍ଟ୍ରପତି ବଦାରା ଅଲିଉ ଜୁଫ୍ । ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ବୁଧବାର ଏନେଇ ରାଷ୍ଟ୍ରପତି ଅଦାମା ବରୋ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
୨୦୨୨ ରେ ସେ ଉପରାଷ୍ଟ୍ରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ଗାମ୍ବିଆର ଶିକ୍ଷାମନ୍ତ୍ରୀ ଭାବରେ କାମ କରିଥିଲେ। ତାଙ୍କ ଦେହାନ୍ତକୁ ନେଇ ରାଷ୍ଟ୍ରପତି ବରୋ ଟ୍ବିଟ୍ କରି କହିଛନ୍ତି କିଛି ଦିନର ଅସୁସ୍ଥତା କାରଣରୁ ପ୍ରାଣ ହରାଇଛନ୍ତି ଜୁଫ୍। ତେବେ ତିନି ସପ୍ତାହ ତଳେ ଉପରାଷ୍ଟ୍ରପତି ଚିକିତ୍ସା ପାଇଁ ଗାମ୍ବିଆ ଛାଡ଼ିଥିଲେ।
Related Posts
ୟୁକ୍ରେନର ଏହି ଗ୍ରାମକୁ ନିଜର ବୋଲି ଦାବି କଲା ଋଷ, ଉଗ୍ର ହୋଇପାରେ ସଂଘର୍ଷ
31 January 2023
ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ
31 January 2023
ହିମାଚଳ ପ୍ରଦେଶ ପୋଲିସ୍ ନିଯୁକ୍ତି ଘୋଟାଲା: ୭ ରାଜ୍ୟର ୫୦ଟି ସିବିଆଇ ରେଡ୍
31 January 2023