ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କ୍ରିକେଟ ମୈଦାନରେ ହାତ ମିଳାଇଲେ ଦୁଇ ଲିଜେଣ୍ଡସ୍, ୟୁଜର୍ସ କହିଲେ ଏଇଠି ହେଇନଯାଉ ହାତାହାତି

11/03/2023 at 2:51 PM

ଦୋହା ୧୧/୦୩: କତାରରେ ଆରମ୍ଭ ହୋଇଛି ଲିଜେଣ୍ଡ ଲିଗ୍ କ୍ରିକେଟ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟ । ଶୁକ୍ରବାର ପ୍ରଥମ ମ୍ୟାଚ୍ ଇଣ୍ଡିଆନ୍ ମହାରାଜ ଓ ଏସିଆ ଲାୟନ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ପାକିସ୍ତାନର ଅଧିନାୟକ ଶାହିଦ ଆଫ୍ରିଦି ଏସିଆ ଟିମ୍‌ର କମାଣ୍ଡ ସମ୍ଭାଳିଥିଲେ । ସେହିପରି ଟିମ୍ ଏସିଆ ଲାୟନ୍ସର କମାଣ୍ଡ ସମ୍ଭାଳିଥିଲେ ଗୌତମ ଗମ୍ଭୀର ।

ତେବେ ଏଠାରେ ନଜର ଆସିଥିଲା ଭିନ୍ନ ଦୃଶ୍ୟ । ଯାହାକି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏମିତିକି ୟୁଜର୍ସ ମାନେ ଜୋରଦାର ଟ୍ରେଲ୍ କରିବାରେ ଲାଗିଛନ୍ତି । କାରଣ ଗଣମାଧ୍ୟମରେ, ଆଫ୍ରିଦି ଓ ଗମ୍ଭୀରଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ଅଛପା ନାହିଁ । କ୍ରିକେଟ୍ ମ୍ୟାଚରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିଥାନ୍ତି ଉଭୟ ଖେଳାଳି ।

କିନ୍ତୁ କତାରରେ ଉଭୟ ଖେଳାଳିଙ୍କୁ ନେଇ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । କାରଣ ମ୍ୟାଚ୍‌ ବେଳେ ଟସ୍ ସମୟରେ ଦୁଇ ପୂର୍ବତନ କିମ୍ୱଦନ୍ତୀ ପରସ୍ପରର ହାତ ମଳାଇଥିଲେ । ଅର୍ଥାତ୍ ପିଚ୍‌ରେ ଗୌତମ ଗମ୍ଭୀରଙ୍କ ସହ ହାତ ମିଳାଇଥିଲେ ଆଫ୍ରିଦି । ଆଉ ଏହି ମୁହୂର୍ତ୍ତଟି କଏଦ ହୋଇଥିଲା କ୍ୟାମେରାରେ ।

ଫଟୋରେ ଆଫ୍ରିଦି ବେଶ ଖୁସି ଥିବାର ନଜର ଆସିଥିଲେ । କିନ୍ତୁ ଗମ୍ଭୀରଙ୍କୁ ନଜର ଆସିଥିଲେ ଗମ୍ଭୀର ମୁଡରେ । ଏହି ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ ୟୁଜର୍ସ । ଏଠାରେ କହିରଖୁ ଯେ, ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଉଭୟଙ୍କୁ ପଡିଆରେ ଅନେକ ସମୟରେ ତୁତୁ ମେଁ ମେଁ ହେଉଥିବାର ଦେଖିବାକୁ ମିଳେ ।

ଏପରିକି ବେଳେ ବେଳେ ମୁହାଁମୁହିଁ ସ୍ଥିତିକୁ ମଧ୍ୟ ଉଭୟ ଖେଳାଳି ଆସିଯାଇଥାନ୍ତି । କିନ୍ତୁ ଅମ୍ପାୟାର ଓ ସାଥୀ ଖେଳାଳୀଙ୍କ ପାଇଁ କେବେ ପଡିଆ ମଝିରେ ମାରପିଟ୍ ହୋଇନାହାନ୍ତି ଉଭୟ ଖେଳାଳୀ । ତେଣୁ ଭାରତ-ପାକିସ୍ତାନ ମ୍ୟାଚକୁ ଦର୍ଶକ ଯେତିକି ଅପେକ୍ଷା କରିଥାନ୍ତି ତାହା ଠାରୁ ଅଧିକ ଅପେକ୍ଷା ଥାଏ ଗମ୍ଭୀର-ଆଫ୍ରିଦିଙ୍କୁ ଝଗଡାକୁ । କିନ୍ତୁ ଲିଜେଣ୍ଡ ଲିଗ କ୍ରିକେଟରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ।

   Related Posts