scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିର୍ଭୟାଙ୍କୁ ବିଳମ୍ବରେ ନ୍ୟାୟ ମିଳିଲା, କିନ୍ତୁ ଆମେ ସମସ୍ତେ ଖୁସି

21/03/2020 at 9:49 AM

ନୂଆଦିଲ୍ଲୀ ୨୧।୦୩: ଦୀର୍ଘ ସମୟ ପରେ ଶେଷରେ ଭାରତର ଝିଅ ନିର୍ଭୟାକୁ ନ୍ୟାୟ ମିଳିଛି । ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି । ଶୁକ୍ରବାର ସକାଳ ୫.୩୦ ସମୟରେ ତିହାର ଜେଲ୍‌ରେ ଚାରିଦୋଷୀଙ୍କ ଫାଶୀ ଦିଆଯାଇଛି । ସାତର୍ବଳର ଲମ୍ବା ଅପେକ୍ଷାରେ ଦୋଷୀଙ୍କୁ ସଜା ମିଳିଛି । ତେବେ ଦୋଷୀଙ୍କୁ ଫାଶୀ ଦିଆଯିବ ନେଇ ସାରାଦେଶରେ ଖୁସିର ମାହୋଲ ଦେଖାଦେଇଛି । ବିଭିନ୍ନ କ୍ଷେତ୍ରରୁ ବିଭିନ୍ନ ବ୍ୟକ୍ତି ନିଜର ଖୁସି ଜାହିର କରିଛନ୍ତି ।

ତେବେ ଚାରିଦେଶୀକୁ ନେଇ ପୂର୍ବତନ ଭାରତୀୟ ଦଳର କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ଟ୍ବିଟ କରି ନିଜର ଭାବନା ବ୍ୟକ୍ତ କରିଛନ୍ତି । ଟ୍ବିଟ୍‌ ମାଧ୍ୟମରେ ଗମ୍ଭୀର ଲେଖିଛନ୍ତି ଯେ, ଶେଷରେ ଦୋଷୀମାନଙ୍କୁ ନ୍ୟାୟ ମିଳିଲା । କିନ୍ତୁ ଆମେ ସମସ୍ତ ଜାଣିଛେ, ଦୋଷୀଙ୍କୁ ସଜା ମିଳିବାରେ ବିଳମ୍ବ ହୋଇଛି । ସେହିପରି କମନଓ୍ବେଲ୍‌ଥ ଗେମ୍‌ସ ଗୋଲ୍ଡ ମେଡାଲିସ୍ଟ ରେସଲର ଗୀତା ପୋଗାଟ ମଧ୍ୟ ଦୋଷୀଙ୍କୁ ଫାଶୀ ନେଇ ସ୍ବାଗତ କରିଛନ୍ତି । କରହିଛନ୍ତି ଯେ, “ସାତବର୍ଷ ପରେ ନ୍ୟାୟର ସୂର୍ଯ୍ୟୋଦୟ ହୋଇଛି” ।

୨୦୧୨ ଡିସେମ୍ବର ୧୬ତାରିଖ ଦିନରାତି ସମୟରେ ଦେଶର ରାଜଧାନୀରେ ଛଅ ଜଣ ଦୋଷୀ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏବ ପ୍ରମାଣ ନଷ୍ଟ କରିବାକୁ ଯାଇ ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ନିର୍ଭୟାଙ୍କୁ ଗୁରୁତର ଅବସ୍ଥାରେ ମେଡାକାଲରେ ଭର୍ତ୍ତି କରାଯାଇଥିଲା । ଏବଂ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ଦେଶର ରାଜଧାନୀରେ ଏଭଳି ଘଟଣାକୁ ନେଇ ସାରାଦେଶରେ ବିରୋଧ ଦେଖାଯାଇଥିଲା । ତେବେ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ଛଅଜଣଙ୍କ ମଧ୍ୟରୁ ରାମ ସିଂହ ନାମକ ଅଭିଯୁକ୍ତ ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଥିଲା । ଆଉ ଜଣେ ଅପରାଧୀ ନାବାଳକ ହୋଇଥିବାରୁ ତାକୁ ସୁଧାର ଗୃହକୁ ପଠାଯାଇଥିଲା । ତେବେ ଦୀର୍ଘଦିନ ଧରି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ତିନି ଡେଥ୍‌ ଓ୍ବାରେଣ୍ଟଙ୍କୁ ଟାଳିବାରେ ସକ୍ଷମ ହୋଇଥିଲେ ଦୋଷୀଙ୍କ ଓକିଲ । ଆଇନର ବିଭିନ୍ନ ଆଳ ଦେଖାଇ ଫାଶୀ ଦଉଡିରୁ ରକ୍ଷାପାଉଯାଉଥିଲେ ଦୋଷୀ। କିନ୍ତୁ ଶେଷରେ ମାର୍ଚ୍ଚ ୨୦ ତାରିଖରେ ଫାଶୀ ପାଇଁ କୋର୍ଟ ଚତୁର୍ଥ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ । ଏହାକୁ ଟାଳିବା ପାଇଁ ମଧ୍ୟ ବହୁ ଉଦ୍ୟମ କରାଯାଉଥିଲା । ଶେଷରେ ଶୁକ୍ରବାର ଦିନ ସକାଳ ୫.୩୦ସମୟରେ ଚାରିଦୋଷୀ ମୁକେଶ ସିଂ (32 ବର୍ଷ), ପୱନ ଗୁପ୍ତା (25), ବିନୟ ଶର୍ମା (26) ଏବଂ ଅକ୍ଷୟ କୁମାର ସିଂ (21) ଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଥିଲା। ପ୍ରଥମ ଥର ପାଇଁ ତିହାର ଜେଲରେ ଚାରି ଜଣଙ୍କୁ ଫାଶୀ ଦିଆଯାଇଛି।

   Related Posts