ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଗମ୍ଭୀର କହିଲେ- ଦଳକୁ ବିରାଟ କୋହଲିଙ୍କ ସ୍ଥାନରେ ନମ୍ବର ୪ରେ କାହାକୁ ଖେଳାଇବା ଉଚିତ୍

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧।୧୨: ଭାରତ ଓ ଅଷ୍ଟ୍ରେଲିଆ  ମଧ୍ୟରେ ମେଲବର୍ଣ୍ଣରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଡିସେମ୍ବର ୨୬ରୁ ଆରମ୍ଭ ହେଉଛି। ବିରାଟ କୋହଲି ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରୁଥିବାରୁ ବାକି ତିନି ମ୍ୟାଚ୍‌ରେ ଦଳର ଅଧିନାୟକ ଦାୟିତ୍ଵ ଆଜିଙ୍କ୍ୟ ରାହାଣେ ସମ୍ଭାଳିବେ। ଦ୍ଵିତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର କହିଛନ୍ତି, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ନିଜେ ରାହାଣେଙ୍କୁ  ଚାରି ନମ୍ବରରେ ବ୍ୟାଟିଂ କରିବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଯେ, ରାହାଣେଙ୍କୁ ଚୂଡାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ କରିବା ଉଚିତ୍, ଯିଏ ପଞ୍ଚମ  ବୋଲରର ଭୂମିକା ନିଭାଇ ପାରିବେ।

କ୍ରିକ୍ଇନଫୋ ସହ ଆଲୋଚନା କାଳରେ ଗମ୍ଭୀର କହିଛନ୍ତି, ବିରାଟଙ୍କ ଅନୁପସ୍ଥିତିରେ ଦଳ ପ୍ରବନ୍ଧକଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଦଳ ପାଖରେ ରାହାଣେଙ୍କ ରୂପେ ଜଣେ ଦମଦାର ବ୍ୟାଟସମ୍ୟାନ ଅଛନ୍ତି, ଯିଏ ସହଜରେ  ବିରାଟଙ୍କ ସ୍ଥାନ ନେଇ ପାରିବେ। କିନ୍ତୁ ରାହାଣେଙ୍କୁ ପଞ୍ଚମ ବୋଲରଙ୍କୁ ଦଳରେ ରଖିବା ଉଚିତ୍। ରବୀନ୍ଦ୍ର ଜାଡେଜା ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ସେ ନମ୍ବର ସାତରେ ବ୍ୟାଟିଂ ମଧ୍ୟ କରି ପାରିବେ। ନମ୍ବର ୮ରେ ସ୍ପିନର ଆର ଅଶ୍ଵିନଙ୍କୁ ଖେଳିବା ଉଚିତ୍।  ଚୂଡାନ୍ତ ଏକାଦଶରେ ତିନି ଜଣ ଦ୍ରୁତ ବୋଲରଙ୍କୁ ଖେଳାଇବା ଉଚିତ୍। ରାହାଣେଙ୍କୁ ପରାମର୍ଶ ଦେଇ ଗମ୍ଭୀର କହିଛନ୍ତି ଯେ, ଅଧିନାୟକ ଭାବେ ରାହାଣେଙ୍କୁ ଉପରେ ବ୍ୟାଟିଂ କରିବା ଉଚିତ୍। ଯଦି ସେ ନମ୍ବର ୪ରେ ଶୁଭମାନ ଗିଲ୍ କିମ୍ବା କେଏଲ ରାହୁଲଙ୍କୁ ଖେଳାଇବେ ତେବେ  ଏହା ଦଳ ପାଇଁ ବୁମେରାଂ ପାଲଟିପାରେ।

ସୂଚନାଯୋଗ୍ୟମ, ଆଡିଲେଡ୍‌ରେ ଖେଳାଇଥିବା ପ୍ରଥମ ଟେଷ୍ଟରେ  ଭାରତ ଶୋଚନୀୟ ପ୍ରଦର୍ଶନ କରି ଘରୋଇ ଅଷ୍ଟ୍ରେଲିଆଠୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା। ଏହି ଟେଷ୍ଟ ମ୍ୟାଚ୍ ମାତ୍ର ଅଢେଇ ଦିନରେ ସମାପ୍ତ ହୋଇଥିଲା। ଭାରତ ଦ୍ଵିତୀୟ ଇନିଂସରେ ୩୬ ରନରେ ଅଲଆଉଟ୍ ହୋଇଥିଲା, ଯାହା ନିଜର ଟେଷ୍ଟ ଇତିହାସରେ ସବୁଠୁ ସର୍ବନିମ୍ନ ସ୍କୋର। ଅନ୍ୟପଟେ ଭାରତକୁ ବଡ ଝଟକା ମହମ୍ମଦ ସାମି ଆହତ ହୋଇ ଦଳରୁ ବାଦ୍‌ ପଡିବା ଯୋଗୁଁ ଲାଗିଛି। ସାମିଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.