କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର, ସ୍ପଷ୍ଟ କଲେ ଜୟପୁର ବିଧାୟକ
12/08/2023 at 3:08 PM

ଜୟପୁର ୧୨/୦୮: ଖୁବଶୀଘ୍ର କଂଗ୍ରେସକୁ ସପରିବାରେ ଫେରିବେ ଗମାଙ୍ଗ ପରିବାର । ଏନେଇ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ସରିଛି । ପ୍ରଭାରୀ ଚେଲା କୁମାରଙ୍କ ସହ ଏନେଇ ଆଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଆଲୋଚନା ସମୟରେ ଶିଶିର ଗମାଙ୍ଗ ମଧ୍ୟ ଉପସ୍ଥିତ ଥିଲେ ଓ କଂଗ୍ରେସକୁ ସପରିବାରେ ଫେରିବାକୁ ସେ ଇଛା ପ୍ରକାଶ କରିଛନ୍ତି ।
୨୦୦୯ ମସିହାରେ ତାରାଙ୍କ ଟିକଟ କାଟିଥିବା ଗମାଙ୍ଗ ପରିବାରକୁ ପୁଣିଥରେ କଂଗ୍ରେସକୁ ଫେରାଇ ଆଣିବାକୁ କାହିଁକି ତାରା ବାହିନୀପତି ଏତେ ଆଗ୍ରହୀ ? ଯଦି ସହମାନେ କଂଗ୍ରେସକୁ ଫେରନ୍ତି କେଉଁ ଆସନରୁ ସେମାନେ ନିର୍ବାଚନ ଲଢିବେ ? ଦୁସମନକା ଦୁସମନ ଦୋସ୍ତ ହୋତା ହେ ଏହି ନ୍ୟାୟରେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ଚେକ୍ ଦେବାକୁ ଗମାଙ୍ଗ ପରିବାର ସମର୍ଥନରେ ଲବି କରୁ ନାହାଁନ୍ତି ତ ତାରା ? ତେବେ ଏସଂପର୍କରେ ବାପା-ପୁଅଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନି ।