'ଭୁଲରେ ଆପଣଙ୍କର ହୋଇଗଲା ପୁରୁଷ ବନ୍ଧ୍ୟାକରଣ'... ଗୋଟିଏ ଝଟ୍‌କାରେ ଜୀବନ ନଷ୍ଟ କରିଦେଲା ହସ୍ପିଟାଲ୍

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ ୦୨/୦୩: ଜଣେ ଆର୍ଜେଣ୍ଟିନା ବ୍ୟକ୍ତି ତାଙ୍କ ଗଲ୍ ବ୍ଲାଡର ଅସ୍ତ୍ରୋପଚାର କରିବାକୁ ଡାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ତାଙ୍କର କୌଣସି ଧାରଣା ନଥିଲା ଯେ ତାଙ୍କ ସହିତ ଯାହା ଘଟିବ ତାହା ତାଙ୍କ ଜୀବନକୁ ବଦଳାଇ ଦେବ । ଅସ୍ତ୍ରୋପଚାର ପରେ ସେ ବାହାରକୁ ଆସିବା ମାତ୍ରେ ବଦଳି ଯାଇଥିଲା ତାଙ୍କ ଦୁନିଆ । ସେ ଅନୁଭବ କଲେ ଯେ ତାଙ୍କର ସବୁକିଛି ସରିଯାଇଛି ।

ଛୋଟିଆ ଭୁଲ୍‌ରୁ ବଡ ସମସ୍ୟା:
ସପ୍ତାହ ଆରମ୍ଭରୁ ୪୧ ବର୍ଷୀୟ ଜର୍ଜ ବେଷ୍ଟୋ, ଆର୍ଜେଣ୍ଟିନାର କର୍ଡୋବାସ୍ଥିତ ଫ୍ଲୋରେନ୍ସିଓ ଡିଆଜ୍ ପ୍ରାଦେଶିକ ଡାକ୍ତରଖାନାକୁ ଗାଲ୍ ବ୍ଲାଡର ଅସ୍ତ୍ରୋପଚାର ପାଇଁ ଯାଇଥିଲେ । ଫେବୃଆରୀ ୨୮, ମଙ୍ଗଳବାର ଦିନ ଏହି ଅପରେସନ୍ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ଜର୍ଜଙ୍କ ଅପରେସନ୍ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଆଜ୍ଞା ହଁ ଏବେ ଗୋଟିଏ ଛୋଟିଆ ଭୁଲ୍ ସମଗ୍ର ବହୁତ ବଡ ବିପଦ ସୃଷ୍ଟି କରିଛି ।

କିଛି ନକହି ଶୁଆଇଦେଲେ ଷ୍ଟ୍ରେଚରରେ:
ଅସ୍ତ୍ରୋପଚାର ଦିନ ହସ୍ପିଟାଲର କର୍ମଚାରୀମାନେ ରୋଗୀର କଠୋରୀକୁ ଆସି ତାଙ୍କୁ ଷ୍ଟ୍ରେଚରରେ ନେଇଯାଇଥିଲେ । ତାଙ୍କୁ କିଛି ନ ପଚାରି କିମ୍ବା ଯାଞ୍ଚ ନକରି ସେମାନେ ତାଙ୍କୁ ଅପରେଟିଂ ରୁମକୁ ନେଇ ଯାଇଥିଲେ । ଡାକ୍ତରମାନେ ମଧ୍ୟ ତାଙ୍କ ରୋଗ ବିଷୟରେ କିଛି ଯାଞ୍ଚ କରିନଥିଲେ । ଜର୍ଜଙ୍କ ଅପରେସନ୍ ଦିନ ଘୁଞ୍ଚିଛି ବୋଲି ଡାକ୍ତରମାନେ ଜାଣି ନଥିଲେ । ତେଣୁ ସେ ସମାନ ପ୍ରକାରର ଅସ୍ତ୍ରୋପଚାର କରିଥିଲେ ଯାହା ସେହି ଦିନ ପାଇଁ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା । ସମସ୍ୟା ହେଲା ସେହି ଅପରେସନ ଥିଲା ପୁରୁଷ ବନ୍ଧ୍ୟାକରଣ ।

ତମର ନସବନ୍ଦୀ ହୋଇଛି:
ଯେତେବେଳେ ଜର୍ଜ ତାଙ୍କର ଅସ୍ତ୍ରୋପଚାରରୁ ଉଠିଲେ, ସେ ଜାଣି ନଥିଲେ କ’ଣ ହୋଇଛି । କିନ୍ତୁ ପରେ ଜଣେ ଡାକ୍ତର ତାଙ୍କୁ ଯାଞ୍ଚ କରିବାକୁ ଆସିଥିଲେ । ତାଙ୍କ ରିପୋର୍ଟକୁ ଦେଖିବା ଯାହା ସାମ୍ନାକୁ ଆସିଥିଲା ତାହା ଜାଣିବା ପରେ ଉଡିଯାଇଥିଲା ହୋସ୍ । ତାଙ୍କ ଗଲ୍ ବ୍ଲାଡର୍ ଅପରେସନ୍ ପରିବର୍ତ୍ତେ, ଭୁଲରେ ବନ୍ଧ୍ୟାକରଣ କରାଯାଇଥିଲା । ବ୍ୟକ୍ତି ଜଣକ କିଛି ସମୟ ପାଇଁ ନିରବ ରହିଲେ, ତା’ପରେ ସେ ନର୍ଭସ ହେବାକୁ ଲାଗିଥିଲେ । କାରଣ ତାଙ୍କ ପାଖରେ ଅଧିକ ସମୟ ନଥିଲା । ସେତେବେଳକୁ ତାଙ୍କୁ ଗଲ୍ ବ୍ଲାଡର ସର୍ଜରୀ ପାଇଁ ନିଆଯାଇଥିଲା ।

ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ …
ତାଙ୍କର ଦ୍ୱିତୀୟ ଅସ୍ତ୍ରୋପଚାର ପରେ, ଜର୍ଜ ବେଷ୍ଟା ଜାଣିବାକୁ ଚାହିଁଲେ କ’ଣ ଭୁଲ୍ ହୋଇଛି । ଏହାକୁ କିପରି ଠିକ କରାଯାଇପାରିବ । ଏହି ଭୁଲ ପାଇଁ ଡାକ୍ତରମାନେ ପରସ୍ପରକୁ ଦାୟୀ କରିଥିଲେ । ସେ ତାଙ୍କୁ କହିଥିଲେ ଯେ ଅତ୍ୟଧିକ ଡ୍ରାମାଟିକ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଯଦି ଆପଣ ଚାହାଁନ୍ତି, ତେବେ ଆପଣ କୃତ୍ରିମ ପଦ୍ଧତିରେ ପ୍ରଜନନ କରିପାରିବେ । ତେବେ ଏସବୁ ପାଇଁ ବୟସ ଆଉ ସାଥ୍ ଦେଉନଥିଲା ।

ଘଟଣା ପାଇଁ ଡାକ୍ତର ଦାୟୀ?
ଜର୍ଜ କହିଛନ୍ତି 'ଏହା ଅଦ୍ଭୁତ ଘଟଣା । କାରଣ ମୋ ରିପୋର୍ଟର ସବୁ ସ୍ଥାନରେ' ଗଲ୍ ବ୍ଲାଡର୍'ଲେଖାଯାଇଛି । ସେମାନଙ୍କୁ କେବଳ ପଢିବା ଦରକାର ଥିଲା । ମୁଁ କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଚାହେଁ ନାହିଁ, କିନ୍ତୁ ଏଠାରେ ସମସ୍ତେ ଦାୟିତ୍ୱ ହିନତା କାମ କରିଛନ୍ତି । ସେମାନେ କହୁଛନ୍ତି ଯେ ଆପଣ କୃତ୍ରିମ ପ୍ରଜନନ ମାଧ୍ୟମରେ ତଥାପି ପିତା ହୋଇପାରିବେ ।

wp:embed {"url":"https://www.prameyanews7.com/new-york-fashion-icon-iris-apfel-dies-at-102/","type":"wp-embed","providerNameSlug":"prameya-news-7"}
https://www.prameyanews7.com/new-york-fashion-icon-iris-apfel-dies-at-102/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.