୪ ପୋଲିସ୍ ଅଧିକାରୀଙ୍କୁ ମିଳିବ ଗାଲାଣ୍ଟ୍ରି ପୁରସ୍କାର, ଉଲ୍ଲେଖନୀୟ ସାହାସିକ ସେବା ପାଇଁ ପାଇବେ ସମ୍ମାନ
14/08/2023 at 4:03 PM

ଭୁବନେଶ୍ୱର ୧୪/୦୮: ସ୍ୱାଧୀନତା ଦିବସ ଅବସରରେ ଓଡିଶାର ୪ଜଣ ପୋଲିସ୍ ଅଧିକାରୀଙ୍କୁ ଦିଆଯିବ ଗାଲାଣ୍ଟ୍ରି ପୁରସ୍କାର । ସୁବେଦାର ପ୍ରହଲ୍ଲାଦ ହିମିରିକା, ଏସ୍ଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ କୁମାର ବରିହା ଏବଂ ସିଟି ସୁଜିତ କୁମାର ରାଣାଙ୍କ ଏହି ପୁରସ୍କାର ମିଳିବ ।
ଏହାସହ ୨ ଜଣଙ୍କୁ ଏଡିଜିପି ସଞ୍ଜୟ କୁମାର ଏବଂ ଅତିରିକ୍ତ ଏସ୍ ପି ରବୀନ୍ଦ୍ର ନାଥ ଶତପଥୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ । ସେହିଭଳି ୧୧ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ମିଳିବ ପୋଲିସ ପଦକ ମିଳିବ । ଉଲ୍ଲେଖନୀୟ ସେବା ପାଇଁ ଏହି ପୋଲିସ ପଦକ ପ୍ରଦାନ କରାଯାଇଛି ।