suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗ୍ୟାସ୍‌ ବିନା ରୋଷେଇ ପ୍ରାୟତଃ ଅସମ୍ଭବ, ଜାଣିଛନ୍ତି କି କେତେ ସୁରକ୍ଷିତ ଏହି ଏଲ୍‌ପିଜି ସିଲିଣ୍ଡର ?

19/03/2023 at 11:42 AM

ନୂଆଦିଲ୍ଲୀ ୧୯।୦୩: ଚୂଲି ଧୁଆଁର ପ୍ରଦୁଷଣରୁ ବର୍ତ୍ତିବା ପାଇଁ ଏଲପିଜିକୁ ସମସ୍ତେ ଆପଣାଇ ନେଇଛନ୍ତି । ଏଲପିଜି ଗ୍ୟାସ୍ ବିନା ରୋଷେଇ କରିବା ମଧ୍ୟ ଅସମ୍ଭବ । ହେଲେ ଏଲପିଜି ସିଲିଣ୍ଡର କେତେ ସୁରକ୍ଷିତ ଆପଣ ଜାଣିଛନ୍ତି କି ? କେମିତି ଜାଣିବା ସିଲିଣ୍ଡରର ଏକ୍ସପାଏର୍ ଡେଟ୍ । ଯଦି ଜାଣି ନାହାଁନ୍ତି, ତେବେ ଆସନ୍ତୁ ଜାଣିବା ।

ଯେତେବେଳେ ଆପଣ LPG ସିଲିଣ୍ଡର ଘରକୁ ଆଣୁଛନ୍ତି, ଏହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରନ୍ତୁ । ସିଲିଣ୍ଡରର ଏକ୍ସପାଏର୍ ଡେଟ୍ ଚେକ୍ କରନ୍ତୁ । ଘରେ ବ୍ୟବହୃତ ହେଉଥିବା ଗ୍ୟାସ ସିଲିଣ୍ଡର ଉପରେ ତିନି ଲାଇନରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଥାଏ । ଯେଉଁଠାରେ ସିଲିଣ୍ଡରର ଓଜନ ଓ ଏକ୍ସପାରି ଡେଟ୍ ଲେଖାଯାଇଥାଏ । ଗ୍ୟାସ୍ ସିଲିଣ୍ଡର ଉପରେ ହଳଦିଆ ରଙ୍ଗରେ  A-22, B-24 କିମ୍ବା C-23, D-21 ଲେଖାଯାଇଥିବ । ଏହି ୪ଟି ଅକ୍ଷରକୁ ୪ ମାସରେ ବିଭକ୍ତ କରାଯାଇଛି । ଯାହା ଗ୍ୟାସ ସିଲିଣ୍ଡରର ଏକ୍ସପାରି ଡେଟ୍ ଅଟେ ।

A ଅର୍ଥ ଜାନୁଆରୀରୁ ମାର୍ଚ୍ଚ, Bର ଅର୍ଥ ଏପ୍ରିଲରୁ ଜୁନ୍, C ଅର୍ଥ ଜୁଲାଇରୁ ସେପ୍ଟେମ୍ବର, D ଅର୍ଥ ଅକ୍ଟୋବରରୁ ଡିସେମ୍ବର । ଯଦି ସିଲିଣ୍ଡରରେ D-23 ଲେଖାଯାଇଥିବ ତା’ହେଲେ ଏହାର ଏକ୍ସପାଏର୍ ଡେଟ୍, ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ରହିଛି । ଲେଖାଯାଇଥିବା ସେହି ସଂଖ୍ୟାରେ ଆପଣ ଜାଣିପାରିବେ ଯେ ଆପଣଙ୍କର ଏହି ସିଲିଣ୍ଡର ବ୍ୟବହାର ଯୋଗ୍ୟ କି ନୁହେଁ ।

ପ୍ରାୟତଃ ସବୁବେଳେ ଗ୍ୟାସ୍ ପ୍ଲାଣ୍ଟରେ ଚେକ୍ କରାଯାଏ ଗ୍ୟାସ୍ ସିଲିଣ୍ଡର । ଅନେକ ସମୟରେ କିଛି ଲୋକ ବର୍ଷ ବର୍ଷ ଧରି ସିଲିଣ୍ଡର ବ୍ୟବହାର କରନ୍ତି ନାହିଁ  । ଏପରି ସ୍ଥିତିରେ ସିଲିଣ୍ଡର ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ  । ଏଥିପାଇଁ ସିଲିଣ୍ଡର ଚେକ୍ କରି ବ୍ୟବହାର କରିବା ଉଚିତ୍ ।

   Related Posts