୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ! ୩ ଗିରଫ

Published By : Prameya-News7 Bureau | September 01, 2020 IST

ବଲାଙ୍ଗୀର ୦୧।୦୯: ବଲାଙ୍ଗୀର ଅବକାରୀ ବିଭାଗ ଦ୍ଵାରା ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ଚୋରା ଚାଲାଣ ବେଳେ ବେସରକାରୀ ବସଷ୍ଟାଣ୍ଡ ନିକଟରୁ ଟ୍ରକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗର ସ୍ଵତନ୍ତ୍ର ସ୍କ୍ୱାର୍ଡ । ଝାଡଖଣ୍ଡ ନଂ ଥିବା ଏକ ଟ୍ରକରୁ ଜବତ ମଧ୍ୟ ଜବତ ହୋଇଛି । ଟ୍ରକ ଡ୍ରାଇଭର ସମେତ ୩ଜଣ ଅଭିଯୁକ୍ତ ଗିରଫ ।

{"id":323245,"sizeSlug":"large"}

ଝାଡଖଣ୍ଡ ନଂ ଥିବା ଏକ ଟ୍ରକରେ ଗଞ୍ଜେଇ ଆସୁଥିବା ନେଇ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଟ୍ରକକୁ ଏକ୍ସକଟ ଦେଇ ଆସୁଥିବା ଗାଡି ଘଟଣା ସ୍ଥଳରୁ ଫେରାର ମାରିବା ପାଇଁ ଉଦ୍ୟମ କରୁଥିବା ବେଳେ ଟ୍ରକକୁ ଜବତ କରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ । ମାଜିଷ୍ଟ୍ରେଟ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବ । ତେବେ ଜବତ ଗଞ୍ଜେଇର ଆନୁମାନିକ ୪ କୁଇଣ୍ଟାଲ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.