ପାଟ୍ରୋଲିଂ ବେଳେ ୪୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର

Published By : Prameya-News7 Bureau | August 28, 2021 IST

ମୋହନା ୨୮।୦୮: ୬ କ୍ବିଣ୍ଟାଲର ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗଜପତି ଜିଲ୍ଲା ମୋହନା ଜରଉ ଘାଟି ନିକଟରୁ ଜବତ ହୋଇଛି ।

ଖବର ଅନୁଯାୟୀ, ମୋହନା ପୋଲିସର ପାଟ୍ରୋଲିଂ ସମୟରେ ଜରଉ ଘାଟିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହାସହିତ ଏକ ମିନି ଟ୍ରକକୁ ମଧ୍ୟ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୪୦ଲକ୍ଷ ଟଙ୍କ ହେବ ବୋଲି ଅନୁମାନ କରାଯାଉଛି । ତେବେ ଚଢାଉ ସମୟରେ ଗଞ୍ଜେଇ ମାଫିଆ ଚମ୍ପଟ ମାରିବାରେ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.