LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନାହିଁ ନାହିଁର ଗାଁ ନୂଆ ଗାଁ

24/04/2018 at 4:58 AM

ପାଣି ନାହିଁ, ରସ୍ତା ନାହିଁ । ଏପରିକି ସେମାନେ ରହୁଥିବା ସ୍ଥାନର ପଟ୍ଟା ମଧ୍ୟ ନାହିଁ । ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ଗୋଷାଣି ବ୍ଲକ କତଲକଇଠା ପଂଚାୟତ ଅନ୍ତର୍ଗତ ନୂଆ ଗାଁ । ଏହାକୁ ନେଇ ଲୋକେ ବିଭିନ୍ନ ସ୍ତରରେ ଅଭିଯୋଗ କଲେ ମଧ୍ୟ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀ । ତେବେ ପାଣିର ସମସ୍ୟା ନଥିବା ବିଡିଓ ସଫେଇ ଦେଇଥିବା ବେଳେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଗଜପତି ଜିଲ୍ଲା ଗୋଷାଣି ବ୍ଲକ କତଲ କଇଠା ପଂଚାୟତର ଏକ ଗାଁ ନୂଆ ଗାଁ । ଏହି ଗାଁରେ ପ୍ରାୟ ଦେଢଶହ ଲୋକେ ବସବାସ କରୁଥିବା ବେଳେ ସମସ୍ତେ ଆଦିବାସୀ ସଂପ୍ରଦାୟର । ୱଏମାନେ ଏକ ପାହାଡ ଉପରେ ରହୁଥିବା ବେଳେ ସେଠାରେ କୌଣସି ସରକାରୀ ସୁବିଧା ପହଂଚିପାରିନଥିଲା । ତେବେ ଏହି ଗାଁର ଲୋକେ ସରକାରୀ ସୁବିଧା ଆଶାରେ ପ୍ରାୟ 30ବର୍ଷ ତଳେ ପାହଡ ତଳକୁ ଆସି ନୂଆ ସାହିରେ ରହିଥିଲେ । ଇତି ମଧ୍ୟରେ ଅନେକ ବର୍ଷ ବିତିସାରିଥିଲେ ମଧ୍ୟ ଅନ୍ୟାନ୍ୟ ସୁବିଧା କଥା ଦୁରେ ଥାଉ ବିଶୁଦ୍ଧ ପାନୀଯ ଜଳ ଏବଂ ନିତିଦିନିଆ ରାସ୍ତା ଖଣ୍ଡେ ଭଳି ମୌଳିକ ସୁବିଧା ମଧ୍ୟ ଏମାନଙ୍କ ନିକଟରେ ପହଂଚିପାରିନାହିଁ । ଏପରିକି ସେମାନେ ରହୁଥିବା ସ୍ଥାନର ଜମି ପଟ୍ଟା ମଧ୍ୟ ସେମାନଙ୍କୁ ମିଳିପାରିନାହିଁ । ଯଦିଓ ଭୂମିହୀନଙ୍କୁ ଜମିପଟା ଯୋଗାଇବା ପାଇଁ ସରକାର ଘୋଷା କରିଛନ୍ତି, ତଥାପି ଏହି ଗ୍ରାମବାସୀଙ୍କ ପାଇଁ ତାହା କେବଳ ଘୋଷଣାରେ ରହିଛି । ଫଳରେ ପିଲାମାନେ ସ୍କୁଲରେ ନାମ ଲେଖାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ଲୋକେ । ଅବଶ୍ୟ ଏହି ସମସ୍ୟା ନେଇ ସେମାନେ ବିଭିନ୍ନ ସମୟରେ ବିଭିନ୍ନ ସ୍ତରରେ ଅଭିଯୋଗ କରି ଏହାର ସମାଧାନ ପାଇଁ ଦାବି କରିଛନ୍ତି, ହେଲେ କିଛି ବି ସୁଫଳ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଏନେଇ ବିଡିଓଙ୍କ କହିବା ହେଲା ଗାଁରେ ପାଣି ସମସ୍ୟା ନେଇ କୌଣସି ଅଭିଯୋଗ ନାହିଁ । ତେଣୁ ଏଠାରେ ପାଣିର ସମସ୍ୟା ନାହିଁ ବୋଲି ସେ ସଫେଇ ଦେଇଛନ୍ତି । ଗାଁକୁ ରାସ୍ତା ନିର୍ମାଣ ପାଇଁ ପ୍ରଯାସ ହୋଇଥିଲେ ମଧ୍ୟ କିଛି ଜମି ପଡୁଥିବାରୁ ତାହା ସମ୍ଭବ ହୋଇନାହିଁ । ତେବେ ଏହାକୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିବା ସହ ଜମିପଟ୍ଟା ବିଷୟରେ ସେ କିଛି କହିପାରିବେ ନାହିଁ ବୋଲି କହି ନିଜର କର୍ତ୍ତବ୍ୟ ସାରିଦେଇଛନ୍ତି ।

Leave a Reply

   Related Posts