ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିଆରା ଉଦ୍ୟମ, ମହିଳା ସଶକ୍ତିକରଣ ପାଇଁ ଗାଇଲେ ଗୀତ

Published By : Prameya-News7 Bureau | June 26, 2019 IST

ଗଜପତି ୨୬|୬: କିଶୋରୀ ଓ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲସ ପକ୍ଷରୁ ଆରମ୍ଭ ହୋଇଛି ସି ଟିମ୍ କାର୍ଯ୍ୟକ୍ରମ । ସୋମବାର ଏହାର ଲୋଗୋ ଉଦଘାଟନ ହୋଇଥିବା ବେଳେ ଆଜି ଏହାର ଗୀତ ଲୋକାର୍ପଣ ହୋଇଛି । ଏସପି ସାରା ଶର୍ମା ଏହାକୁ ଉଦଘାଟନ କରିଛନ୍ତି ।

{"id":127310}

‘ନାରୀର ସୁରକ୍ଷା ପାଇଁ କରିଛି ପଣ ଦେଶ ପାଇଁ ନିଜକୁ କରିଛି ପଣ' ଶୀର୍ଷକ ସଙ୍ଗୀତଟି ଖୋଦ୍ ଏସପି ସାରା ଶର୍ମା ଗାଇଥିବା ବେଳେ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଗୁରୁ ରଘୁନାଥ ପାତ୍ର  ।

{"id":127311}

ବିଭିନ୍ନ କାମରେ ମହିଳାମାନେ ନିୟୋଜିତ ହୋଇଥିବା ବେଳେ ସେମାନେ ଘର ବାହାରେ ରହିଥାନ୍ତି  । ତେବେ ଅନେକ ସମୟରେ ସେମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହେଉଛି  । କେବଳ ସେତିକି ନୁହେଁ ସ୍କୁଲ କଲେଜରେ ମଧ୍ୟ ଛାତ୍ରୀମାନେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଥାନ୍ତି  । ଏଭଳି ମହଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲିସ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ କରିଛି ସି ଟିମ୍  ।

{"id":127312}

ଶିଶୁ ସୁରକ୍ଷା ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଜଣେ ମହଳା ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି  ।  ଯେଉଁ ଟିମ୍ ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି କାର୍ଯ୍ୟାଳୟକୁ ଯାଇ ମହିଳାମାନଙ୍କୁ ସୁରକ୍ଷା ସଂପର୍କରେ ତଦାରଖ କରିବେ ବୋଲି ଏସପି କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.