ପୁଣି ଚର୍ଚ୍ଚାକୁ ଆସିଲେ ଗଜପତି ଏସ୍‌ପି ସାରା ଶର୍ମା, ଏରୋବିକ୍ ମ୍ୟୁଜିକ୍‌ର ତାଳେ ତାଳେ ନାଚି ଦେଖାଇଲେ କମାଲ୍

Published By : Prameya-News7 Bureau | November 19, 2019 IST

ଗଜପତି ୧୯।୧୧: ପୁଣି ଚର୍ଚ୍ଚାକୁ ଆସିଲେ ଗଜପତି ଏସପି । ଏଥର ଏରୋବିକ ମ୍ୟୁଜିକରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟନେସର ଫଣ୍ଡା ବତାଇଛନ୍ତି ଏହି ଲେଡି ଆଇପିଏସ । ସ୍ବାସ୍ଥ୍ୟ ହିଁ ସଂପଦ ହୋଇଥିବା ବେଳେ ସମସ୍ତେ କିଭଳି ସ୍ବାସ୍ଥ୍ୟବାନ ରହିବେ ସେହି ଆଭିମୁଖ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ସାରା । ଏସପିଙ୍କ ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

{"id":186606,"sizeSlug":"large"}

ନାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ହେଉ କିମ୍ବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ହେଇ କି ଅକ୍ଷୟ ଦାନ ପାତ୍ର କାର୍ଯ୍ୟକ୍ରମ ହେଉ ବିଭିନ୍ନ ସମୟରେ ନିଆରା କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ରହିଛନ୍ତି ଗଜପତି ଏସପି ସାରା ଶର୍ମା । ବର୍ତ୍ତମାନ ଏରୋବିକ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କୁ ଫିଟନେସ ଫଣ୍ଡା ଶିଖାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି  ।

{"id":186607,"sizeSlug":"large"}

ମଙ୍ଗଳବାର ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମଠାରେ ଏସପି ଏଭଳି କାର୍ଯ୍ୟକ୍ରମ କରିଥିବା ବେଳେ ଏଥିରେ ଜିଲ୍ଲା ପୋଲିସର ଶତାଧିକ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ  । ସ୍ବାସ୍ଥ୍ୟ ହିଁ ସଂପଦ, ସ୍ବାସ୍ଥ୍ୟକୁ ନିରୋଗ ରଖିବା ପାଇଁ ବ୍ୟାୟାମ ଏକ ପ୍ରକୃଷ୍ଠ ମାଧ୍ୟମ  ।

{"id":186608,"sizeSlug":"large"}

ତେଣୁ ଲୋକଙ୍କୁ ସ୍ବାସ୍ଥ୍ୟବାନ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଏସପି କହିଥିବା ବେଳେ ପ୍ରତି ସପ୍ତାହରେ ଏଭଳି କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିବା କହିଛନ୍ତି  । ଯଦି ଲୋକ ସଂଖ୍ୟା ବୃଦ୍ଧି ପାଏ ତାହାହେଲେ ଯୋଗ, ବ୍ୟାୟାମ, ଟ୍ରାକିଂ ଆଦିକୁ ମଧ୍ୟ ସାମିଲ କରାଯିବ ବୋଲି ସେ କହିଛନ୍ତି  ।

{"id":186609,"sizeSlug":"large"}

ଏସପିଙ୍କ ଏହି ଫିଟନେସ ଫଣ୍ଡା ଶିଖିବା ପାଇଁ ଆଜି ସକାଳୁ ଷ୍ଟାଡିୟମ ପରିସରରେ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କଠାରୁ ଆରମ୍ଭ କରି ସହରର ବରିଷ୍ଠ ନାଗରିକ ଏବଂ ଜନପ୍ରତିନିଧି ଭଳି ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ  ।

{"id":186612,"sizeSlug":"large"}

ପ୍ରାୟ ଘଣ୍ଟାଏ ଧରି ଏମାନେ ଏରୋବିକ ମ୍ୟୁଜିକର ତାଳେ ତାଳେ ନାଚିବା ସହ ବ୍ୟାୟାମ କରିଥିଲେ। ସହରର ପ୍ରଥମ ଥର ପାଇଁ ଏଭଳି ଶିବିର ଆୟୋଜିତ ହୋଇଥିବାରୁ ସମସ୍ତେ ବେଶ୍ ଉତ୍ସାହିତ ଥିଲେ  ।

{"id":186611,"sizeSlug":"large"}

ଏଭଳି ଶିବିର ଆୟୋଜନ କରି ଲୋକଙ୍କୁ ସ୍ବାସ୍ଥ୍ୟବାନ ରଖିବା ସହ ପୋଲିସ ଯେ, ସାଧାରଣ ଲୋକଙ୍କ ବନ୍ଧୁ ଏସପି ସାରାଙ୍କ ଏହି କାର୍ଯ୍ୟକ୍ରମ ଦ୍ବାରା ଏହା ପ୍ରମାଣିତ ହେଉଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.