ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ସାବାସ୍ ସାରା ଶର୍ମା, ପୁଣି ଏସ୍‌ପି ଗାଇଲେ ଗୀତ… କଲେ କରୋନା ସଚେତନତା

24/03/2020 at 4:43 PM

ଗଜପତି ୨୪।୩: ‘କରୋନା… କୋରନା… କୋରନା… ସଚେତନ ରୁହ ଭାଇନା…’ ଏଭଳି ଗୀତ ଗାଇ ଲୋକଙ୍କୁ କୋରନା ଭାଇରସ୍ ସଂପର୍କରେ ସଚେତନ କରିଛନ୍ତି ଗଜପତି ଏସପି ସାରା ଶର୍ମା । ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ସାରା ଏବେ ଏହି ଗୀତ ଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଲୋକେ ଏସପିଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

କରୋନା ଭଳି ମହାମାରୀ ମୁକାବିଲା ପାଇଁ ସଚେତନତା ହିଁ ବର୍ତ୍ତମାନ ସମୟରେ ଏକମାତ୍ର ବିକଳ୍ପ । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ଏକ ପ୍ରୟାସ କରିଥିବା ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି ।କୋରନାକୁ ନେଇ ସାରା ବିଶ୍ବ ଚିନ୍ତାରେ ଥିବାବେଳେ ଏଯାଏଁ ଏହାର ମୁକାବିଲା ପାଇଁ ସେଭଳି କୌଣସି ପ୍ରତିଷେଧକ ବାହାରି ପାରିନାହିଁ । ଏଭଳି ସ୍ଥିତିରେ ସାମାଜିକ ଦୂରତା ଏବଂ ସଚେତନତା ହିଁ ଲୋକଙ୍କୁ ଏଥିରୁ ମୁକ୍ତି ଦେଇପାରିବ ବୋଲି କୁହାଯାଉଛି । ତେଣୁ ସରକାର ଲୋକଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।

ଏହି ସମୟରେ ନିଜର ନିଆରା ଅନ୍ଦାଜ ପାଇଁ ଜଣାଶୁଣା ଗଜପତି ଏସପି ସାରା ଶର୍ମା କରୋନା ଭାଇରସ୍ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ନିଜ ବୃତ୍ତିଠାରୁ ଟିକେ ଦୂରେଇ ଯାଇ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସଂଗୀତ ଲୋକଙ୍କୁ ଶୀଘ୍ର ସଚେତନ କରାଇ ପାରିବ । କାରଣ ଏହା ଲୋକଙ୍କ ମନୋରଞ୍ଜନର ଏକ ମାଧ୍ୟମ ହୋଇଥିବାରୁ ଏହାରି ମାଧ୍ୟମରେ ଲୋକେ ଅଧିକ ସଚେତନ ହୋଇପାରିବେ । ଏଭଳି କିଛି ଭାବନା ନେଇ ଏହି ଲେଡି ଆଇପିଏସ ନିଜ କଣ୍ଠରେ ଏକ ଗୀତ ପ୍ରସ୍ତୁତ କରିଛନ୍ତି ।

ଏହି ଗୀତରେ ସାରାଙ୍କ ସହ ପାରଳାଖେମୁଣ୍ଡିର ହିମାଂଶୁ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି । ଏହାକୁ ଯୁବ ଲେଖିକା ମମତା କୁମାରୀ ପଟ୍ଟନାୟକ ଲେଖିଥିବା ବେଳେ ଏହାର ସ୍ବର ସଂଯୋଜନା କରିଛନ୍ତି ହିମାଂଶୁ । ଏହି ଗୀତଟି ଏବଂ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଲୋକେ ମଧ୍ୟ ଏହାକୁ ଆଗ୍ରହର ସହ ଶୁଣୁଥିବା ଦେଖିବାକୁ ମିଳିଛି । ଏନେଇ ଲୋକଙ୍କ କହିବା ହେଲା ଏସପି ସବୁବେଳେ ନିଜର କର୍ତ୍ତବ୍ୟ ସହ ଲୋକଙ୍କୁ ସଚେତନ କରିବା ପାଇଁ ବେଶ୍ ଆଗରେ ।

   Related Posts