scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରମ୍ପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବ ମହାରାଣୀ ଓ ପରିବାରବର୍ଗଙ୍କ ସହ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି

6/11/2018 at 10:11 AM

ପୁରୀ ୬|୧୧:  ଗଜପତି ଦିବ୍ୟସିଂହ ଦେବ  ମହାରାଣୀ ଓ ପରିବାରବର୍ଗଙ୍କ ସହ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି। ପରମ୍ପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସଂନ୍ଧ୍ୟା ଆଳତୀ ପରେ ଗଜପତି ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଙ୍ଗଳ କାମନା କରିଥିଲେ। ଗଜପତି ଶ୍ରୀମନ୍ଦିରର ପ୍ରଥମ ସେବକ ହିସାବରେ ମହାପ୍ରଭୁଙ୍କ ଦର୍ଶନ କରିବା ବେଳେ ତାଙ୍କ ସହ ରାଜଗୁରୁ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଧାଡ଼ି ଦର୍ଶନ ବ୍ୟବସ୍ଥା ସଂପର୍କରେ ଗଜପତି ନିଜ ମତ ରଖିବା ସହ ଏହି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତଙ୍କ ସହମତି ହେବା ଆବଶ୍ୟକ ବୋଲି କହିଥିଲେ। ଶ୍ରୀମନ୍ଦିର ସେବାୟତ, ଭକ୍ତ, ପ୍ରଶାସନ ସମସ୍ତଙ୍କ ସହଯୋଗରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇପାରିବ ବୋଲି ସେ ମତ ଦେଇଥିଲେ।

   Related Posts