ପୁରୀ ହିଂସା କାଣ୍ଡ ଘଟଣାରେ ଗଜପତି ମହାରାଜା କହିଲେ ଘଟଣା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ

Published By : Prameya-News7 Bureau | October 08, 2018 IST

ପୁରୀ ୮/୧୦ : ପୁରୀ ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା | ଗଜପତି ମହାରାଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁରୀ ହିଂସା କାଣ୍ଡ ଘଟଣା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ | ସରକାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା କରିଛନ୍ତି | ବାସ୍ତବରେ ଯିଏ ଦୋଷୀ ତା ପାଇଁ ଉପଯୁକ୍ତ ତଦନ୍ତ ହୋଇ ଦଣ୍ଡ ବିଧାନ ହେଉ ବୋଲି କହିଛନ୍ତି ଗଜପତି | ଘଟଣାର ଯେପରି ପୁନରାବୃତ୍ତି ନହେବ ସେ ନେଇ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଗଜପତି ମହାରାଜ ପ୍ରତିକ୍ରିୟା ରଖି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.