ଗଜପତି ଜିଲ୍ଲାରେ ବନ୍ୟା ଆଶଙ୍କା : ତଳୁଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
7/08/2019 at 10:36 AM

ଗଜପତି ୭|୮: ଗଜପତି ଜିଲ୍ଲାରେ ବି ବନ୍ୟା ଆଶଙ୍କା । ବିପଦ ସଙ୍କେତ ଟପିଛି ବଂଶଧାରା ନଦୀର ଜଳସ୍ତର । କିସିନଗର ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ।

କିସିନଗର ନିକଟରେ ବିପଦ ସଙ୍କେତ ୫୩.୬୦ ମିଟର ଥିବାବେଳେ ବର୍ତ୍ତମାନ ୫୫.୧୨ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି । ତଳୁଆ ଅଞ୍ଚଳର ଲୋକଙ୍କ ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।