ସମ୍ଭାବ୍ୟ ବାତ୍ୟା ନେଇ  ଗଜପତି ପ୍ରଶାସନର ପ୍ରସ୍ତୁତି, ସମସ୍ତ ଅଫିସରଙ୍କ ଛୁଟି ବାତିଲ

Published By : Prameya-News7 Bureau | December 03, 2023 IST

ଗଜପତି: ସମ୍ଭାବ୍ୟ ବାତ୍ୟା ମିଗଜୋମର ପ୍ରଭାବରେ ଗଜପତି ଜିଲ୍ଲାରେ ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ତାରଫରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଜିଲ୍ଲାରେ ସମସ୍ତ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଗଜପତି ଜିଲ୍ଲା ଭୁସ୍ଖଳନ ପ୍ରଭାବିତ ଅଞ୍ଚଳ ହୋଇଥିବା ହେତୁ ଜିଲ୍ଲାର ୧୩୯ଟି ଅଞ୍ଚଳକୁ ଅଧିକ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇ ସେହି ଅଞ୍ଚଳର ଲୋକଙ୍କୁ ସଚେତନ କରିବା ସହ ଅଧିକ ବର୍ଷା ହୁଏ ତେବେ ସ୍କୁଲ ଘର ବାତ୍ୟା ଆଶ୍ରୟସ୍ଥଳୀ, ଅଙ୍ଗନବାଡି କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

wp:heading {"level":4}

Also read- ବାତ୍ୟାର ରୂପ ନେଲା ଗଭୀର ଅବପାତ; ପୁଡୁଚେରୀ ଠାରୁ ୩୦୦ କିଲୋମିଟର ଦୂରରେ ‘ମିଗଜାଉମ୍’

/wp:heading

ସେପଟେ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଫସଲ ଅମଳ ସମୟରେ ନଷ୍ଟ ହେବାର ସମ୍ଭାବନା ରହିଥିବା ହେତୁ ଜିଲାର ସମସ୍ତ ଅଞ୍ଚଳର ଚାଷୀଙ୍କୁ ସଚେତନ କରାଯାଉଛି । ଅମ୍ଳ ହୋଇଥିବା ଧାନ ,କପ,ମଣ୍ଡିଆକୁ କୌଣସି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀଙ୍କୁ ସଚେତନ କରାଯାଇଛି । ଏହା ସହ ସ୍ଵାସ୍ଥଥ କ୍ଷେତ୍ରରେ ଗର୍ଭବତୀ ମା, ରୋଗୀଙ୍କୁ ପୂର୍ବରୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରାଥମିକ ସ୍ୱାସ୍ତ୍ୟକେନ୍ଦ୍ରକୁ ଆବଶ୍ୟକ ପଡ଼ିଲେ  ସ୍ଥାନାନ୍ତର କରିବା ବ୍ୟବସ୍ତା କରାଯିବା ପାଇଁ ସ୍ଵାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ପ୍ରଭାବରେ କୌଣସି ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ଼ିଆ ରେଫର ୨୪ ଜଣିଆ ତ ଆସି ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି । ମୋଟାମଟି ଭାବେ ବାତ୍ୟାପାଇ ସମସ୍ତ  ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପଧାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.