କୁମ୍ଭ ରାଶି ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରଦାନ କରିବ ଗଜକେଶରୀ ଯୋଗ: ଆଗାମୀ ଦୁଇ ଦିନ ଅତ୍ୟନ୍ତ ଶୁଭ

Published By : Prameya-News7 Bureau | August 22, 2021 IST

ଭୁବନେଶ୍ୱର ୨୨/୦୮ : କୁମ୍ଭ ରାଶିରେ ବର୍ତ୍ତମାନ ଗୁରୁ ଗାଁର ବୃହସ୍ପତି ବିରାଜମାନ ଅଛନ୍ତି। କୁମ୍ଭ ରାଶିରେ ଗୁରୁ ବକ୍ରୀ ହୋଉ ବିରାଜମାନ ଅଛନ୍ତି। ବୃହସ୍ପତି ଜୁନ ୨୦ ରୁ କୁମ୍ଭ ରାଶିରେ ବକ୍ରୀ ହୋଇଥିଲେ। ହିନ୍ଦୁ ପାଞ୍ଜି ଅନୁସାରେ ବର୍ତ୍ତମାନ ଗୁରୁ ସେପ୍ଟେମ୍ବର ୧୪ ସକାଳ ୧୧ଟା ରେ ମାର୍ଗୀ ହେବେ।

ପାଞ୍ଜି ଅନୁଯାୟୀ, ୨୨ ରୁ ଅଗଷ୍ଟ ୨୪ ଯାଏଁ କୁମ୍ଭ ରାଶିରେ ଅତ୍ୟନ୍ତ ଶୁଭ ଯୋଗ ରହିଛି। ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ସକାଳ ୭ଟା ୫୭ ମିନିଟରେ ଚନ୍ଦ୍ରମା କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ଚନ୍ଦ୍ରମା ଓ ଗୁରୁଙ୍କ ସଂଯୋଗ ଯୋଗୁଁ କୁମ୍ଭ ରାଶିରେ ଗଜକେଶରୀ ଯୋଗ ସୃଷ୍ଟି ହୋଇଛି। କୁମ୍ଭ ରାଶିରେ ଏହି ଯୋଗ ଅଗଷ୍ଟ ୨୪ ଅପରାହ୍ନ ଗୋଟାଏ ୩୮ ମିନିଟ ଯାଏଁ ରହିବ। ଏହାପରେ ଚନ୍ଦ୍ରମା ମୀନ ରାଶିରେ ପ୍ରବେଶ କରିବ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଗଜକେଶରୀ ଯୋଗ ନିର୍ମାଣ ହେଲେ ବ୍ୟକ୍ତିକୁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଶିକ୍ଷା, ଚାକିରୀ, କ୍ୟାରିଅର ଓ ବ୍ୟବସାୟ କ୍ଷେତ୍ରରେ ଗଜକେଶରୀ ଯୋଗ ଶୁଭ ଫଳ ପ୍ରଦାନ କରିଥାଏ। ଧନୁ ରାଶି ଓ ମୀନ ରାଶିର ଗୁରୁ ବୃହସ୍ପତି। ସେଥିପାଇଁ ଏହି ରାଶିରେ ଗଜକେଶରୀ ଯୋଗ ନିର୍ମାଣ ହେଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଗଜକେଶରୀ ଯୋଗ ନିର୍ମାଣ କାରଣରୁ ଏହି ଦୁଇ ଦିନ କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ଏହି ସମୟରେ ଅଟକି ଯାଇଥିବା କାମ ପୂରଣ ହେବ। ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଶୁଭ ସମ୍ବାଦ ପ୍ରାପ୍ତ ହୋଇପାରେ। ବିବାହ ସମ୍ବନ୍ଧୀୟ କାର୍ଯ୍ୟରେ ବାଧା ଦୂର ହେବ। ନିବେଶ ଓ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡିବ। ଅହଂକାରଠୁ ଦୁରେଇ ରୁହନ୍ତୁ। ଭୁଲ କାମ କରିବାରୁ ବଞ୍ଚିତ ରୁହନ୍ତୁ।

ଗୁରୁଙ୍କୁ ବଳବାନ କରିବାକୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରିବ ଉଚିତ। ଗୁରୁବାର ବ୍ରତ ପାଳନ କରିବା ଉଚିତ। ହଳଦିଆ ରଙ୍ଗ ଭଗବନ ବିଷ୍ଣୁଙ୍କ ପ୍ରିୟ। ସେଥିପାଇଁ ହଳଦିଆ ରଙ୍ଗର ବସ୍ତୁ ବ୍ୟବହାର କରନ୍ତୁ। ଗୁରୁଙ୍କ ମନ୍ତ୍ର 'ଓଁ ଗ୍ପାଂ ଗ୍ରୋଂ ସ ଗୁରବେ ନମଃ' ଜପ କରିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.