ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ୧୫ ମୃତ

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ ୦୭/୦୮: ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି। ଜବାବରେ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ। ଇସ୍ରାଏଲ ପକ୍ଷରୁ ଗାଜାର ସାଧାରଣ ଲୋକ ରହୁଥିବା ଇଲାକାରେ ବି ବୋମାମାଡ କରାଯାଇଛି । ସେହିପରି ଗାଜାରେ ଥିବା ଏକମାତ୍ର ପାଓ୍ବାରପ୍ଲାଣ୍ଟ ଉପରେ ଇସ୍ରାଏଲ ଆକ୍ରମଣ କରିବାରୁ ତାହା ବନ୍ଦ ହୋଇଯାଇଛି।

ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଇସଲାମିକ ଜିହାଦ ପକ୍ଷରୁ ଆକ୍ରମଣ କରିବାକୁ ଯୋଜନା କରାଯାଉଥିଲା । କିନ୍ତୁ ଆଗୁଆ ସେମାନଙ୍କୁ ଆକ୍ରମଣ କରି ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି । ଏୟାରଷ୍ଟ୍ରାଇକରେ ୧୫ ଜଣ ମୃତ୍ୟୁବରଣ କରିଛନ୍ତି, ୮୦ ରୁ ଅଧିକ ଆହତ ହୋଇଛନ୍ତି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟାଇର ଲାପିର କହିଛନ୍ତି ଯେ, ତାଙ୍କ ଦେଶବାସୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ । ଶୁକ୍ରବାରଦିନ ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ସହର ଉପରେ ଏୟାରଷ୍ଟ୍ରାଇକ ଆରମ୍ଭ କରାଯାଇଥିଲା । ତାହା ସାରାରାତି ଜାରି ରହିଥିଲା । ଇସଲାମିକ ଚରମପନ୍ଥୀଙ୍କ ଠିକଣାଗୁଡ଼ିକୁ ଲକ୍ଷ୍ୟ କରି ଏହି ଏୟାରଷ୍ଟ୍ରାଇକ କରାଯାଇଛି ।

ଏହି ଏୟାରଷ୍ଟ୍ରାଇକରେ ମୋଟ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ପାଲେଷ୍ଟାଇନ ମୁକ୍ତି ପାଇଁ ଲଢୁଥିବା ଜଣେ କମାଣ୍ଡର ରହିଛନ୍ତି । ତେବେ ଏହି ଏୟାରଷ୍ଟ୍ରାଇକରେ ଏକ ୫ ବର୍ଷୀୟ ଶିଶୁ ମୃତ୍ୟୁବରଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.