ଗାଈ ପାଟିରେ ଫୁଟିଲା ବୋମା…
26/02/2020 at 9:00 PM

ବ୍ରହ୍ମପୁର୨୬/୨: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଈ ପାଟିରେ ଫୁଟିଛି ବୋମା। ହରଡ଼ାଖଣ୍ଡି ଛକରେ ଥିବା ଏକ ଅଳିଆ ଗଦାରେ ଏକ ଅଫୁଟା ବୋମା ପଡିଥିଲା । ଏହି ସମୟରେ ଏକ ଗାଈ ଅଳିଆ ଖାଇବା ବେଳେ ଉକ୍ତ ବୋମାଟିକୁ ଖାଇଦେଲା ।

ସେହି ସମୟରେ ହଠାତ୍ ଗାଈର ପାଟି ନିକଟରେ ଅଫୁଟା ବୋମାଟି ଫୁଟି ଥିଲା। ଫଳରେ ଗାଈଟି ରକ୍ତାତ ହୋଇଯାଇଥିଲା। ଏଥସହ ପାଟିରୁ ଏବେ ଅନବରତ ରକ୍ତ ବାହାରୁଛି । ପୂର୍ବରୁ ମଧ୍ୟ ଏପରି ଅଳିଆ ଗଦାରୁ ଏକ ବୋମା ବିସ୍ଫୋରଣ ଘଟି ଘୁଷୁରୀର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ପକ୍ଷରୁ ସୂଚନା ମିଳିଛି ।
Related Posts
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା; ୩ ମୃତ
31 January 2023
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023