Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଭାରତର ଏହି ୨ଟି କଥାକୁ କେବେ ସନ୍ଦେହ କରାଯାଇ ନପାରେ ‘ଜନସଂଖ୍ୟା ବୃଦ୍ଧି ଓ ଅଟୋମୋବାଇଲ ସେକ୍ଟରର ଗ୍ରୋଥ’: ଗଡ଼କରୀ

17/12/2021 at 9:27 PM

ମୁମ୍ବାଇ ୧୭।୧୨:  ଭାରତରେ ଦୁଇଟି କଥାକୁ କେବେ ସନ୍ଦେହ କରାଯାଇ ନପାରେ ତାହା ହେଉଛି ଜନସଂଖ୍ୟା ବୃଦ୍ଧି ଓ ଅଟୋମୋବାଇଲ ସେକ୍ଟରର ଗ୍ରୋଥ। କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଶୁକ୍ରବାର ନିବେଶକଙ୍କ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଦେଶର ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ନିବେଶକ ଆସିବେ ଏହା ଦିନେ ଆମ ଲାଗି ଅକଳ୍ପନୀୟ ଥିଲା। ଏବେକା ଭଳି ସେତେବେଳେ ନିବେଶକ ଆମ ପାଖକୁ ଆସି ସେମାନଙ୍କ ଯୋଜନା  ମଞ୍ଜୁର କରିବାକୁ ଧାଡି ଲଗାଉନଥିଲେ। ଆମକୁ ଲାପଟପ୍ ନେଇ ସେମାନଙ୍କ ପାଖକୁ ଯିବାକୁ ପଡୁଥିଲା ବୋଲି ଗଡକରୀ କହିଛନ୍ତି।

ନିବେଶକ କନଫରେନ୍ସରେ ଗଡକରୀ ୧୯୯୫ ମସିହାରେ ରାଜ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଏକ ଅଙ୍ଗେନିଭା କାହାଣୀ ଶୁଣାଇଥିଲେ। ଏଥିରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେ ଲାଗି ରିଲାଏନ୍ସ ଟେଣ୍ଡର ପକାଇଥିଲେ। ଯାହାକୁ ସେ ନାକଚ କରିଦେଇଥିଲେ। ଏଥିରେ ରିଲାଏନ୍ସ ମୁଖିଆ ଧିରୁଭାଇ ଅମ୍ବାନୀଙ୍କ ସମେତ ସରକାର ସହଯୋଗୀ ଶିବସେନା ମୁଖ୍ୟ ବାଲ ଠାକରେ ଓ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ ମଧ୍ୟ ତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପଡିଥିଲେ ବୋଲି କହିଛନ୍ତି। 

ଏହି ଇନଫ୍ରା ପ୍ରୋଜେକ୍ଟ ଲାଗି ରିଲାଏନ୍ସ ୩୬ଶହ କୋଟିର ଟେଣ୍ଡର ପକାଇଥିଲେ। ତେବେ ଟେଣ୍ଡର ଖାରଜ କରିଦେଇଥିବାରୁ କାମ କେମିତି ହେବ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ଏଥିରେ ଆମେ ପବ୍ଲିକରୁ ଅର୍ଥ ଯୋଗାଡ କରିବା ବୋଲି କହିବାରୁ ସେତେବେଳେ ସମସ୍ତେ ହସିଥିଲେ। ଏହା ସ୍ୱଭାବିକ କଥା, କାରଣ ସେତେବେଳେ ଏବେକା ପରିସ୍ଥିତି ନଥିଲା। ଯେତେବେଳେ ନିବେଶକ ଆମ ପାଖରେ ଧାଡି ଲଗାଉନଥିଲେ। ଏଣୁ ମୁଖ୍ୟମନ୍ତ୍ରୀ କରି ଦେଖାଇବାକୁ କହିଥିଲେ ଓ ଏଥିଲାଗି ମହାରାଷ୍ଟ୍ର ଷ୍ଟେଟ୍‌ ରୋଡ ଡେଭଲପମେଣ୍ଟ କର୍ପୋରେସନ (ଏମଏସଆରଡିସି)ର ଗଠନ ହୋଇଥିଲା।

ରିଲାଏନ୍ସ ଯେଉଁ କାମ ଲାଗି ୩୬ଶହ କୋଟିର ଟେଣ୍ଡର ପକାଇଥିଲେ ତାହା ଆମେ ୧୬ଶହ କୋଟିରେ କରିପାରିଥିବା ବେଳେ ସରକାରଙ୍କ ୨ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଥିଲା ବୋଲି ଗଡକରି କହିଥିଲେ। ଏଥିରେ ଭାରତରେ କେବେ ଦୁଇଟି କଥାକୁ ସନ୍ଦେହ କରାଯାଇ ପାରିବନି ବୋଲି ସେ ନିବେଶକଙ୍କୁ କହିଥିଲେ। ତାହା ହେଉଛି ଜନସଂଖ୍ୟା ବୃଦ୍ଧି ଓ ଅଟୋମୋବାଇଲ ସେକ୍ଟରର ଗ୍ରୋଥ ଯାହା ନିଃସନ୍ଦେହରେ ଅଭିବୃଦ୍ଧି କରିପାରେ ବୋଲି ସେ କହିଛନ୍ତି। ଏଣୁ ଏ ବାବଦେ ନିବେଶକ ନିର୍ବିବାଦରେ ନିବେଶ କରିପାରନ୍ତି ବୋଲି ଗଡ଼କରୀ କହିଛନ୍ତି।

   Related Posts