Gadar trailer: ରିଲିଜ୍ ହେଲା ଗଦରର ନୂତନ ଟ୍ରେଲର, ପ୍ରଶଂସକ କହିଲେ- ପଠାନର ବାପା ଆସୁଛି
26/05/2023 at 6:49 PM

ନୂଆଦିଲ୍ଲୀ: ସନି ଦେଓଲଙ୍କ ବ୍ଲକବଷ୍ଟର ଫିଲ୍ମ ‘ଗଦର ଏକ ପ୍ରେମକଥା’ପୁଣି ଥରେ ସିନେମାଘରକୁ ଆସୁଛି। ଏହା ପୂର୍ବରୁ ଫିଲ୍ମର ଟ୍ରେଲରକୁ ନୂତନ ଭାବେ ରିଲଞ୍ଚ୍ କରାଯାଇଛି। ଟ୍ରେଲର ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଛି। ବହୁ ସଂଖ୍ୟାରେ ଦର୍ଶକ କହିଛନ୍ତି ସେମାନଙ୍କର ଗଦର ଫିଲ୍ମକୁ ଥିଏଟରରେ ଦେଖିବାର ସ୍ଵପ୍ନ ପୂରା ହେବାକୁ ଯାଉଛି। ଏଥର ୪କେ ଅର୍ଥାତ ହାଇ ଡେଫିନେସନ ଭିଡିଓ ଏନଂ ଡଲବି ସାଉଣ୍ଡ ସହ ଫିଲ୍ମଟି ରିଲିଜ୍ ହେଉଛି। ସିନେପ୍ରେମୀ ୨୨ ବର୍ଷପରେ ପୁଣି ଥରେ ଗଦର ଦେଖିବାକୁ ଉତ୍ସାହିତ ଅଛନ୍ତି।
ଗଦରର ଟ୍ରେଲର ରିଲିଜ୍ ହୋଇ ସାରିଛି। ଟ୍ରେଲରରେ ଡଲବି ସାଉଣ୍ଡ ଶୁଣି ପ୍ରଶଂସକଙ୍କ ଉତ୍ସାହ ଫିଲ୍ମ ପ୍ରତି ଆହୁରି ବଢି ଯାଇଛି। କମେଣ୍ଟ ସେକ୍ସନରେ ଲୋକେ ହିନ୍ଦୁସ୍ଥାନ ଜିନ୍ଦାବାଦର ନାରା ଲେଖୁଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ପଠାନର ବାପା ଆସୁଛି। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ଗଦର ଫିଲ୍ମ ନୁହେଁ ଏକ ଇମୋସନ। ଦର୍ଶକ ପ୍ରଥମ ପାର୍ଟ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। କିଛି ପ୍ରଶଂସକ ଲେଖିଛନ୍ତି, ଟ୍ରେଲର ଦେଖିବା ପରେ ସେମାନଙ୍କର ପିଲା ବେଳର ସ୍ମୃତି ତାଜା ହୋଇ ଉଠିଛି। ସେହିପରି ଫିଲ୍ମର ଦ୍ଵିତୀୟ ଭାଗ ପାଇଁ ମଧ୍ୟ ସିନେପ୍ରେମୀଙ୍କ ଗହଣରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ଜୁନ ୯ରେ ରିଲିଜ୍ ହେବ ଫିଲ୍ମ
ଗଦର ପାର୍ଟ-୨ ପୂର୍ବରୁ ନିର୍ମାତା ପ୍ରଥମ ଭାଗ ରିଲିଜ୍ କରାଇ ଦର୍ଶକଙ୍କ ସ୍ମୃତିକୁ ସତେଜ କରିବାକୁ ଚାହିଁଛନ୍ତି। ଏଥିପାଇଁ ଜୁନ ୯ରେ ପୁଣି ଥରେ ‘ଗଦର ଏକ ପ୍ରେମକଥା’ ସିନେମାଘରେ ରିଲିଜ୍ ହେବାକୁ ଯାଉଛି। ୨୨ ବର୍ଷପରେ ପୁରୁଣା ଦର୍ଶକ ସହିତ ନୂତନ ଦର୍ଶକ ମଧ୍ୟ ହଲ୍ରେ ଏହି ଫିଲ୍ମର ମଜା ନେଇ ପାରିବେ।